www.samajalive.in
Tuesday, December 9, 2025
19.1 C
Bhubaneswar

ଉଦ୍ୟାନ କୃଷି କାଜୁ ଚାରା ରୋପଣରେ ଦୁର୍ନୀତି, କର୍ମଚାରୀଙ୍କ ଠାରୁ ଅର୍ଥ ଆଦାୟ ପାଇଁ ସୁପାରିଶ

ପାଟଣା : କେନ୍ଦୁଝର ଜିଲ୍ଳା ପାଟଣା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ୨୦୨୩-୨୪ ଆର୍ଥିକ ବର୍ଷରେ କେନ୍ଦୁଝର ଉଦ୍ୟାନ କୃଷି ବିଭାଗ ତରଫରୁ ମନରେଗା ଯୋଜନାରେ ସ୍ଥାନୀୟ ଲୋକଙ୍କ ଜରିଆରେ ୧୩ ଟି ସ୍ଥାନରେ କଲମୀ କାଜୁ ଏବଂ ଆପେଲ ବେରୀ ଚାରା ରୋପଣ କରାଯାଇଥିଲା। ତେବେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଏବଂ ଆର୍ଥିକ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ କୌଣସି ଠାରେ ଗୋଟିଏ ମଧ୍ୟ ଗଛ ବଞ୍ଚି ନଥିଲା। ଏହି ଅନିୟମିତତା ଜାଣିବା ପରେ କେନ୍ଦୁଝର ସାଂସଦଙ୍କ ଉଦ୍ୟାନ କୃଷି ବିଭାଗର ପ୍ରତିନିଧି ଶିବାଜୀ ଗୌତମ ମହାନ୍ତ ବର୍ମା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ସି. ଡି.ଓ କମ ଏଡିପିସି ମନରେଗା ଏବଂ ଜିଲ୍ଲା ପରିଷଦ କେନ୍ଦୁଝରଙ୍କ ନିର୍ଦ୍ଦେଶ କ୍ରମେ ମନରେଗା ଲୋକପାଳ ବୃଷଭ ଚନ୍ଦ୍ର ନାୟକ, ପାଟଣା ସହକାରୀ ଉଦ୍ୟାନ ଅଧିକାରୀ, ଉଦ୍ୟାନ ସାଥୀ ଏବଂ ଅଭିଯୋଗକାରୀଙ୍କ ଉପସ୍ଥିତିରେ ସମସ୍ତ ଚାରା ରୋପଣ ସ୍ଥାନ ବୁଲି ତଦନ୍ତ କରିଥିଲେ। ଚାଷୀ ଏବଂ ଉଦ୍ୟାନ ସାଥୀଙ୍କ ସହ ଆଲୋଚନା କରିବା ବେଳେ ଯେଉଁ ଅଭିଯୋଗ ଆସିଥିଲା ତାହା ସଠିକ ଏବଂ ଯଥାର୍ଥ ବୋଲି ତଦନ୍ତ ରିପୋର୍ଟ ଦେଇଥିଲେ।

ସରକାରୀ ପାଣ୍ଠିର ବଡ ଧରଣର ଅପବ୍ୟବହାର ଏବଂ କାର୍ଯ୍ୟାନ୍ନୟନକାରୀ ଅଧିକାରୀଙ୍କ ମଧ୍ୟରେ ଉତ୍ତଦାୟିତ୍ଵର ଅଭାବକୁ ଲକ୍ଷ୍ୟ କରି ଅନିୟମିତତା କରିଥିବା ଅଧିକାରୀ ମାନଙ୍କ ପ୍ରତି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ୫ ଜଣ ଅଧିକାରୀଙ୍କ ଠାରୁ ୨୧ଲକ୍ଷ ୨୨ହଜାର ୮ଶହ ୯୨ ଟଙ୍କା ଆଦାୟ କରିବା ପାଇଁ ସୁପାରିଶ କରାଯାଇଛି। ମୋଟ ଜୋରିମାନା ବାବଦ ଅର୍ଥର ୩୦ ପ୍ରତିଶତ କେନ୍ଦୁଝର ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଠାରୁ, ୦୫ ପ୍ରତିଶତ କେନ୍ଦୁଝର ଏଡିଏଚ ଗୋବିନ୍ଦ ଚନ୍ଦ୍ର ମେହେରଙ୍କ ଠାରୁ, ୨୦ ପ୍ରତିଶତ ପାଟଣା ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ତପନ କୁମାର ସେଠୀଙ୍କ ଠାରୁ ୨୫ ପ୍ରତିଶତ, ପାଟଣା ବ୍ଲକର ପୂର୍ବତନ ଉଦ୍ୟାନ ଅଧିକାରୀ ବିଜୟ କୁମାର ଦାଶଙ୍କ ଠାରୁ ,୨୦ ପ୍ରତିଶତ ପାଟଣା ବ୍ଲକର ପୂର୍ବତନ କର୍ମଚାରୀ ଅବିନାଶ ସେଠୀଙ୍କ ଠାରୁ ଅର୍ଥ ଆଦାୟ କରାଯିବା ସହିତ ଉପରୋକ୍ତ ପ୍ରତ୍ୟେକ ଅଧିକାରୀ ମାନଙ୍କ ଠାରୁ ୧ହଜାର ଟଙ୍କା ଲେଖାଏଁ ଜୋରିମାନା ସହ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ସୁପାରିଶ କରାଯାଇଥିବାର ଜଣା ପଡ଼ିଛି। ସେହିପରି ସାହାରପଡ଼ା ବ୍ଲକ ଓ ହରିଚନ୍ଦନପୁର ବ୍ଲକ ଉଦ୍ୟାନ କୃଷି ବିଭାଗର ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଥିବାବେଳେ ଏହି ଦୁଇ ବ୍ଲକର ଅଧିକାରୀ କର୍ମଚାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଲୋକପାଳ ସୁପାରିଶ କରିଛନ୍ତି ତାହାକୁ ଅପେକ୍ଷା କରାଯାଇଛି ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories