www.samajalive.in
Sunday, December 7, 2025
23.1 C
Bhubaneswar

ଅଗ୍ନି ବିପନ୍ନଙ୍କୁ ‘ସମାଜ’ ରିଲିଫ୍‌ର ସହାୟତା

ସାକ୍ଷିଗୋପାଳ : ‘ସମାଜ’ ରିଲିଫ୍‌ କମିଟି ପକ୍ଷରୁ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଘାସି ଭବାନୀପୁର ଅଗ୍ନିକାଣ୍ଡ ବିପନ୍ନଙ୍କୁ ଶନିବାର ସହାୟତା ପ୍ରଦାନ କରାଯାଇଛି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ଅଗ୍ନି ବିପନ୍ନ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଅଗ୍ନି ବିପନ୍ନ କୃଷ୍ଣଚନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସହଦେବ ପ୍ରଧାନ, ଭଗବାନ ପ୍ରଧାନ, ଈଶ୍ୱର ଜେନା, କୁମାରୀ ଜେନା, ରବୀନ୍ଦ୍ର ଜେନା, ବିଶ୍ୱନାଥ ଜେନା, ଜମ୍ବେଶ୍ୱର ଜେନା ଓ ଓକିଲ ଜେନା ପ୍ରମୁଖଙ୍କୁ ୨ହଜାର ଟଙ୍କା ଲେଖାଏଁ, କମ୍ବଳ ଓ ଶାଢ଼ି ପ୍ରଦାନ କରିଥିଲେ। ଏହି ଅବସରରେ ଗାଁ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତୁଳସୀରାମ ଜଗତ, ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ, ସରପଞ୍ଚ ଗୌରାଙ୍ଗ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ମହାପାତ୍ର, ଦେବାଶିଷ ରାୟ, ପ୍ରଶାନ୍ତ କୁମାର ଶତପଥୀ, ମନୋଜ କୁମାର ସାହୁ, କୃଷ୍ଣଚନ୍ଦ୍ର ସ୍ୱାଇଁ, ହୃଷୀକେଶ ଜେନା, କଂଗ୍ରେସ ଜେନା, ସୁଦର୍ଶନ ମହାପାତ୍ର ଓ ଚନ୍ଦ୍ରମଣି ଜେନାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories