www.samajalive.in
Sunday, December 7, 2025
26.1 C
Bhubaneswar

ସିଏସଏମ ସିନାପ୍ସ ୪.୦: କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ବିଜୟୀ

ଭୁବନେଶ୍ୱର : ସିଏସଏମ ଟେକ୍ ଓ କ୍ବିଜକ୍ରାଫ୍ ଗ୍ଲୋବାଲର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶାର ସର୍ବୋଚ୍ଚ ସ୍ତରର CSM Synapse 4.0 ଇଣ୍ଟର୍-ସ୍କୁଲ୍ କ୍ୱିଜ୍ ପ୍ରତିଯୋଗିତାରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ଭୁବନେଶ୍ୱର ବିଜୟ ହାସଲ କରିଛି। ଏହି ବିଜୟ ସହିତ ଟିମ୍ ଅଦ୍ୱେୟ ସାରଙ୍ଗୀ ଓ ସ୍ୱସ୍ତିକା ମିଶ୍ର ୨,୦୦,୦୦୦ ପୁରସ୍କାର ଓ ଟ୍ରଫି ଜିତିଛନ୍ତି। ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱରରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ଓଡ଼ିଶାର ୩ଟି ଜୋନରୁ ବିଜେତା ଛାତ୍ରଛାତ୍ରୀମାନେ ଅଂଶ ନେଇଥିଲେ। ନେଭାଲ୍ ଏନସିସିର କମାଣ୍ଡିଂ ଅଫିସର କମାଣ୍ଡର ସୁଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ସିଏସଏମ ଟେକର ସଂସ୍ଥାପକ ପ୍ରିୟଦର୍ଶୀ ନନୁ ପାଣି ଓ CHRO ଶ୍ରୀମତୀ ଲଗ୍ନା ପଣ୍ଡା ବି ବିଜେତାଙ୍କୁ ସମ୍ମାନିତ କରିଥିଲେ। ଡିପିଏସ ରାଉରକେଲାର ଟିମ୍ ଉପବିଜେତା ହୋଇ ୨୫ ହଜାର ଟଙ୍କା ପୁରସ୍କାର ଜିତିଥିଲା।

ଏହି ପଦକ୍ଷେପ ଉପରେ ମନ୍ତବ୍ୟ ଦେଇ ସି.ଏସ୍.ଏମ୍. ଟେକର ପ୍ରତିଷ୍ଠାତା ତଥା ସି.ଇ.ଓ. ପ୍ରିୟଦର୍ଶୀ ନାନୁ କହିଛନ୍ତି କି  ଏହି କାର୍ଯ୍ୟକ୍ରମ କେବଳ ଏକ କୁଇଜ୍ ନୁହେଁ,  ଏହା ଯୁବ ମସ୍ତିଷ୍କକୁ ପ୍ରଜ୍ୱଳିତ କରିବା ପାଇଁ ଏକ ଆନ୍ଦୋଳନ। ଏବେ ସିନାପ୍ସକୁ ଜାତୀୟକୁ ମଞ୍ଚକୁ ନେଇ ଯିବାର ସମୟ ଆସିଛି, ଯାହା ସାରା ଭାରତର ହଜାର ହଜାର ଛାତ୍ରଙ୍କ ପାଇଁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଦ୍ୱାର ଖୋଲିଛି। ୨୦୨୨ରେ ଆରମ୍ଭ ହୋଇଥିବା ସି.ଏସ୍.ଏମ୍. ସିନାପ୍ସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକାଡେମିକ୍ ଉତ୍କର୍ଷତା, ଦଳଗତ କାର୍ଯ୍ୟ ଏବଂ ଆତ୍ମବିଶ୍ୱାସ ନିର୍ମାଣ ପାଇଁ ଏକ ଆଲୋକବର୍ତ୍ତିକା ହୋଇପାରିଛି। ସି.ଏସ୍.ଏମ୍. ଟେକର ସି.ଏସ୍. ଆର୍. ଏବଂ ଗୋଷ୍ଠୀ ବିକାଶ ପଦକ୍ଷେପର ଅଂଶବିଶେଷ ଭାବେ ସିନାପ୍ସ ଜ୍ଞାନ ମାଧ୍ୟମରେ ଯୁବକମାନଙ୍କୁ ସଶକ୍ତ କରିବା ଲାଗି କମ୍ପାନୀର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories