www.samajalive.in
Sunday, December 7, 2025
26.1 C
Bhubaneswar

ସୋବର୍ସ, ଗାଭାସ୍କରଙ୍କୁ ପଛରେ ପକାଇଲେ ଗିଲ୍‌

ଲଣ୍ଡନ: ଇଂଲଣ୍ଡ-ଭାରତ ୫ମ ଟେଷ୍ଟମ୍ୟାଚ୍‌ରେ ଆତ୍ମଘାତୀ ରନ୍‌ଆଉଟ୍‌ ହେବା ପରେ ସମାଲୋଚିତ ହେଉଛନ୍ତି ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌। ତଥାପି ଏହି ମ୍ୟାଚ୍‌ର ପ୍ରଥମ ଦିନରେ ତାଙ୍କ ସଂକ୍ଷିପ୍ତ ଇନିଂସରେ ଦୁଇଟି ବ୍ୟକ୍ତିଗତ ମାଇଲ୍‌ଖୁଣ୍ଟ ପାର କରିଛନ୍ତି ଗିଲ୍‌। ପ୍ରଥମଟି ହେଉଛି ଭ୍ରମଣକାରୀ ଦଳର ଅଧିନାୟକ ଭାବେ ଗିଲ୍‌ ଇଂଲଣ୍ଡରେ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ରନ୍‌ ସ୍କୋର୍‌ କରିଛନ୍ତି। ଫଳରେ କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ୍‌ର ସାର୍ ଗ୍ୟାରୀ ସୋବର୍ସଙ୍କୁ ଗିଲ୍‌ ଅତିକ୍ରମ କରିଛନ୍ତି। ବାମହାତି ସୋବର୍ସ ୧୯୬୬ରେ ଇଂଲଣ୍ଡରେ ଅଧିନାୟକ ଭାବେ ୮ଟି ଇନିଂସରୁ ୭୨୨ ରନ୍‌ କରିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ଗିଲ୍‌ ମଧ୍ୟ ୮ଟି ଇନିଂସରୁ ସମାନ ୭୨୨ ରନ୍‌ କରିଥିଲେ। ଗୁରୁବାର ରନ୍‌ଆଉଟ୍‌ ହେବା ପୂର୍ବରୁ ଗିଲ୍‌ ୨୧ ରନ୍‌ କରିବାରୁ ଅଦ୍ୟାବଧି ଶୃଙ୍ଖଳାରେ ତାଙ୍କ ରନ୍‌ ସଂଖ୍ୟା ୭୪୩ରେ ପହଞ୍ଚିଛି। ଫଳରେ ସେ ସୋବର୍ସଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୦୩ରେ ଦକ୍ଷିଣ ଆଫ୍ରିକାର ତତ୍କାଳୀନ ଅଧିନାୟକ ଗ୍ରାଏମ୍ ସ୍ମିଥ୍‌ ଇଂଲଣ୍ଡରେ ୭୧୪ ରନ୍‌ କରିଥିଲେ। ଏକ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ରନ କରିବ​‌ାର କୀର୍ତ୍ତିମାନ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସାର ଡନ ବ୍ରାଡମାନଙ୍କ ନାମରେ ରହିଛି। ବ୍ରାଡମାନ ୧୯୩୦ରେ ଇଂଲଣ୍ଡ ବିପକ୍ଷ ଆ​‌େ​‌ଶଷ ଟେଷ୍ଟ ଶୃଙ୍ଖଳା​‌େ​‌ର ୭ଟି ଇନିଂସରୁ ୯୭୪ରନ କରିଥିଲେ। ପୁଣି ଭାରତୀୟ ଅଧିନାୟକ ଭାବେ ଏକ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ୭୪୩ ରନ୍‌କରି ସୁନୀଲ ଗାଭାସ୍କରଙ୍କୁ ମଧ୍ୟ ଅତିକ୍ରମ କରିଛନ୍ତି ଶୁଭମନ ଗିଲ୍‌। ୧୯୭୮ରେ ଘରୋଇ ମାଟିରେ ଭାରତୀୟ ଟେଷ୍ଟ ଅଧିନାୟକ ଥିବା ଗାଭାସ୍କର ୭୩୨ ରନ୍‌ କରିଥିଲେ; ଯାହାକୁ ଗିଲ୍‌ ପଛରେ ପକାଇ ଦେଇଛନ୍ତି। ୨୦୧୬-୧୭ରେ ଘରୋଇ ମାଟିରେ ଭାରତୀୟ ଅଧିନାୟକ ବିରାଟ କୋହଲି ୬୫୫ ରନ୍‌ କରିଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories