www.samajalive.in
Sunday, December 7, 2025
23.1 C
Bhubaneswar

ପ୍ଲାଷ୍ଟିକ୍‌ ପାଣି ବୋତଲ ମନା; ସଚିବଙ୍କୁ ନିର୍ଦେଶ

ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ ଉପରେ କଟକଣା ଲଗାଯାଇଛି।  ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସବୁ ବିଭାଗର ସଚିବ, ପ୍ରମୁଖ ଶାସନ ସଚିବ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦିଆଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏ ସଂକ୍ରାନ୍ତରେ ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ, ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏକକ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାରକୁ ରାଜ୍ୟ ସରକାର ନିଷେଧ କରିଛନ୍ତି। ପୂର୍ବରୁ ଏନେଇ ୨୦୧୯ରେ ରାଜ୍ୟ ସରକାର ଓ ୨୦୨୨ରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି।

ଏବେ ସହରାଞ୍ଚଳରେ ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପର୍ଯ୍ୟଟନ ସ୍ଥଳରେ ମଧ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ନିଷେଧ କରାଯିବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାତ୍ର ଏପରି ଜିନିଷ ପ୍ରଚୁର ପରିମାଣରେ ବ୍ୟବହାର ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭାଗସ୍ତରରେ ଏହି ଘଟଣାକୁ ଗ୍ରହଣ କରିବାକୁ ପୂର୍ବକ ସରକାରୀ କାର୍ଯ୍ୟାଳୟ/ସ୍ୱାୟତ୍ତ ସଂସ୍ଥା ଏବଂ ରାଜ୍ୟ ପିଏସ୍‌ୟୁଗୁଡ଼ିକରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର ବନ୍ଦ ପାଇଁ ନିର୍ଦେଶନାମା ଜାରି କରିବାକୁ କୁହାଯାଇଛି। ବିଭାଗ ପକ୍ଷରୁ ୫ ସୂତ୍ରୀ ନିୟମାବଳୀ ଜାରି କରାଯାଇଛି।

- Advertisement -

ସମସ୍ତ କାର୍ଯ୍ୟାଳୟ ପରିସରରେ ବୈଠକ, ସମ୍ମିଳନୀ, କର୍ମଶାଳା ଏବଂ ସରକାରୀ ସମାବେଶ ସମୟରେ ପ୍ଲାଷ୍ଟିକ୍ ପାଣି ବୋତଲ ବ୍ୟବହାର ବନ୍ଦ କରିବାକୁ କୁହାଯାଇଛି। ପ୍ଲାଷ୍ଟିକ୍ ବୋତଲ ବଦଳରେ ଷ୍ଟିଲ୍/କପର ଗ୍ଲାସ୍ ବୋତଲ, ବାଉଁଶ କିମ୍ବା ମାଟି ବୋତଲ ବ୍ୟବହାର କରିବାକୁ କୁହାଯାଇଛି। ସେହିପରି କାର୍ଯ୍ୟାଳୟ ପରିସରରେ ପ୍ଲାଷ୍ଟିକ୍‌ରେ ତିଆରି ଥର୍ମୋକୁଲ୍ ପ୍ଲେଟ୍, ଟ୍ରେ, ପାତ୍ର, କପ୍, ଗ୍ଲାସ୍, ଚାମଚ, କଣ୍ଟା ଭଳି ଅନ୍ୟାନ୍ୟ ପାତ୍ର ବ୍ୟବହାର ବନ୍ଦ କରିବାକୁ ହେବ।

ପଲିଥିନ୍‌ରେ ଚା’ ଓ କଫି ଆଣିବା ଉପରେ କଟକଣା ଲଗାଯାଇଥିବାବେଳେ କାର୍ଯ୍ୟାଳୟ ପରିସରରେ ଖାଦ୍ୟ ସାମଗ୍ରୀ, କଠିନ ଜିନିଷ, ତରଳ ଜିନିଷ ପ୍ଲାଷ୍ଟିକ୍‌ରେ ଆଣିବାକୁ ମନା କରାଯାଇଛି। ପ୍ଲାଷ୍ଟିକ୍‌ର ବିକଳ୍ପ ଭାବେ ଷ୍ଟିଲ୍‌, ବ୍ରାସ୍‌, କାଚ, ମାଟି କିମ୍ବା ଜୈବିକ ପଦାର୍ଥକୁ ବ୍ୟବହାର କରିବାକୁ କୁହାଯାଇଛି। ଅତିଥି କିମ୍ବା ଅନ୍ୟମାନଙ୍କୁ ପ୍ଲାଷ୍ଟିକ୍‌ ସାମଗ୍ରୀରେ ପୁଷ୍ପଗୁଚ୍ଛ, ଉପହାର ସାମଗ୍ରୀ, ମାନପତ୍ର ଦେବାରେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ ପାଇଁ କୁହାଯାଇଛି। କାଗଜକୁ ବିକଳ୍ପ ଭାବେ ବ୍ୟବହାର କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories