www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି: ଚାରିଦ୍ବାରରେ ଯାଞ୍ଚ ସହ ଆଣ୍ଟି ଡ୍ରୋନ, ୱାଚ୍‌ ଟାୱାର ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିର ଭିତରକୁ ମଙ୍ଗଳବାର ଜଣେ ଯୁବକ କ୍ୟାମେରାଯୁକ୍ତ ଚଷମା ଲଗାଇ ପ୍ରବେଶ କରୁଥିବାବେଳେ ବେହେରଣ ଦ୍ବାର ନିକଟରେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲା। ତାଙ୍କୁ କେବଳ ଅଣ୍ଡରଟେକିଂ ରଖି ପୁଲିସ ଛାଡ଼ି ଦେଇଥିଲା। ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ଥିଲା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଥିଲା। ଏହି ପ୍ରସଙ୍ଗରେ ବୁଧବାର ପୁରୀ ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି, ଧରାପଡ଼ିଥିବା ଯୁବକ ଅଭିଜିତ କରଙ୍କ ଚଷମା ଗୁପ୍ତ କ୍ୟାମେରାରୁ ଶ୍ରୀମନ୍ଦିର ଭିତର ବେଢ଼ାର କୌଣସି ଫଟୋ କି ଭିଡିଓ ମିଳିନାହିଁ। ସେଥିପାଇଁ ତାଙ୍କଠାରୁ ଅଣ୍ଡରଟେକିଂ ରଖି ଛଡ଼ାଯାଇଛି। ଶ୍ରୀ ମିଶ୍ର କହିଛନ୍ତି, ଶ୍ରୀମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ମୋବାଇଲ ଓ କ୍ୟାମେରା ନେବା ପାଇଁ ସେମାନେ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଆଗାମୀ ଦିନରେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ କିମ୍ବା କ୍ୟାମେରା ନଯିବା ପାଇଁ ସିଂହଦ୍ବାର ପୁଲିସ, ଜେଟିପି, ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ପକ୍ଷରୁ ଚାରି ଦ୍ବାରରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ଶ୍ରୀମନ୍ଦିର ଉପରେ ଆଣ୍ଟି ଡ୍ରୋନ୍‌ ବ୍ୟବସ୍ଥା ସହ ଚାରିପାର୍ଶ୍ବରେ ୱାଚ୍ ଟାୱାର ନିର୍ମାଣ କରାଯିବ।
ଅନ୍ୟପକ୍ଷରେ ଚଳିତ ବର୍ଷ ଆରମ୍ଭରୁ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡ଼ିଓ ପ୍ରଘଟ ହେବା ଭଳି ଘଟଣା ଜାରି ରହିଛି। କେବଳ ଜଣଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପୁଲିସ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନାହିଁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ ରହିଛି ବୋଲି ଜଗନ୍ନାଥପ୍ରେମୀ ସୂଚନା ଦେଇଛନ୍ତି। ଶତାଧିକ ପୁଲିସ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ମୁତୟନ ଥାଇ ବି ବାରମ୍ବାର ଏଭଳି ଘଟଣାକୁ ନେଇ ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories