www.samajalive.in
Sunday, December 7, 2025
26.1 C
Bhubaneswar

ଆଶ୍ରମରେ ବୃକ୍ଷ ରୋପଣ କଲେ ପୂର୍ବତନ ବାଚସ୍ପତି

ପାତ୍ରପୁର : ସାମନ୍ତିଆ ପଲ୍ହୀ ରେଞ୍ଜ ତୁରୁବୁଡି  ପଞ୍ଚାୟତ ଉଲୁମା ଠାକୁର ଅଭିରାମ ପରମହଂସ ଆଶ୍ରମଠାରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୃକ୍ଷରୋପଣ ନିମନ୍ତେ  ଜମିରେ ପୂଜା ପାଠ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଯୋଗଦେଇ ନଡ଼ିଆ ଭାଙ୍ଗି ପ୍ରଥମେ ଔଷଧୀୟ  କଦମ୍ବ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ  କରିବା ସହ ଆଗାମୀ ପିଢ଼ି ନିମନ୍ତେ ବୃକ୍ଷ ରୋପଣ ଜରୁରୀ ହୋଇଥିବାବେଳେ ସମସ୍ତେ  ବୃକ୍ଷ ରୋପଣ କରିବାକୁ ନିବେଦନ କରିଥିଲେ।  କାର୍ଯ୍ୟକ୍ରମରେ  ଜଳସେଚନ ବିଭାଗ ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ ସଞ୍ଜୀବ କୁମାର ଦାସ ଶର୍ମା, ସମାଜ ସେବୀ ମୋହନ ରାଓ,  ରବୀନ୍ଦ୍ର କୁମାର ଦ୍ୟାନ ସାମନ୍ତରା,  ସିମାଞ୍ଚଳ ସାହୁ, ଭୁଲେଶ୍ୱର୍ ସାହୁ,  ପ୍ରଦୀପ କୁମାର ସାହୁ ,ସମିତି ସଭ୍ୟ ଭାରତ ଭୂଷଣ ସାହୁ, ଓକିଲ ଶବର ସନ୍ତୋଷ ଦାସ, ମୃତ୍ୟୁଞ୍ଜୟ ପ୍ରଧାନ ଦେବ ମହାନ୍ତି, ସୁମନ ପଟ୍ଟନାୟକ, ସ୍ଥାନୀୟ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସମେତ ଅଞ୍ଚଳର  ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ  ରହି ୧୦୧ ଗୋଟି ଚାରା ରୋପଣ କରିଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories