www.samajalive.in
Sunday, December 7, 2025
18.1 C
Bhubaneswar

ବ୍ରାହ୍ମଣୀ ବନ୍ୟାରେ ଭାସି ୧ ମୃତ, ସହାୟତା ଦାବି

ପଟ୍ଟାମୁଣ୍ଡାଇ :  ଆଜି ବ୍ରାହ୍ମଣୀ ବନ୍ୟାରେ ବିପନ୍ନ ଶ୍ରୀରାମପୁର ପଂଚାୟତରେ ଏକ ଅଭାବନୀୟ ଦୁଖଦଃ ଘଟଣା ଘଟିଛି । ଶ୍ରୀରାମପୁର ପଂଚାୟତ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳ (୬୫) ବନ୍ୟା ଜଳରେ ବୁଡି ଯାଇ ପ୍ରାଣ ହରାଇଛନ୍ତି । ବନ୍ୟା ସ୍ରୋତରେ ଭାସି ଯାଉଥିବା ପ୍ରତାପ ସାହୁ ନାମକ ଜଣେ ବ୍ୟକ୍ତିକୁ ଉଦ୍ଧାର କରିବାକୁ ଯାଇ ବନ୍ୟାର ପ୍ରଖର ସ୍ରୋତରେ ପଡି ବନ୍ୟା ପାଣିରେ ବୁଡି ଯାଇ ଦୀନବନ୍ଧୁ ମୃତ୍ୟୁବରଣ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବନ୍ୟା ବିପନ୍ନ ଶ୍ରୀରାମପୁର  ପଂଚାୟତ ପାଳପାଟଣାରେ ପହଂଚି ବନ୍ୟାରେ ମୃତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଠାରେ ଦାବି କରିଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, କିଶୋର ତରାଇ ଓ ଡ଼ ଅଲେଖ ଜେନା ପ୍ରମୁଖ ବନ୍ୟାରେ ବୁଡି ମୃତ୍ୟୁ ଖବର ପାଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ ପରିବାରକୁ ସମସ୍ତ ସରକାରୀ ସହାୟତା ପାଇଁ ସରକାରଙ୍କ ଠାରେ ଦାବି କରିଛନ୍ତି । ବନ୍ୟାରେ ବୁଡି ଯାଇ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳଙ୍କ ମୃତ୍ୟୁ ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଆଳି ଡାକ୍ତରଖାନା ପଠାଇଛି ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories