www.samajalive.in
Sunday, December 7, 2025
16.1 C
Bhubaneswar

୨୦୧୧ପରି ପୁଣି ଆସିବ କି ଭୟଙ୍କର ସୁନାମୀ; ଖାଲି କରାଯାଉଛି ପରମାଣୁ କେନ୍ଦ୍ର

ସମାଜ ଡିଜିଟାଲ ଡେସ୍କ:  ଆଜି ରୁଷରେ ଭୟଙ୍କର ଭୂକମ୍ପ ଅନୁଭୂତ ହେବା ପରେ ସମୟ ସମୟରେ ଜାପାନରେ ସୁନାମିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭୟଙ୍କର ଭୂକମ୍ପ ପରେ ସୁନାମୀ ନେଇ ସତର୍କତା ଜାରି କରାଯାଇଛି । ସେହି ସମୟରେ ଜାପାନରେ ମଧ୍ୟ ସମୁଦ୍ରରେ ଉଚ୍ଚ ଢେଉ ଦେଖାଯାଇଛି, ଯାହା ଫଳରେ ସୁନାମୀର ବିପଦ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ଏକ ସତର୍କତା ଜାରି କରାଯାଇଛି । ଏହାସହିତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସତର୍କତା ପରେ ଫୁକୁସିମା ପରମାଣୁ ପ୍ଲାଣ୍ଟକୁ ଖାଲି କରିବା କାମ ଦ୍ରୁତ ଗତିରେ ଆରମ୍ଭ ହୋଇଛି । ଏହା ସେହି ପ୍ଲାଣ୍ଟ ଯାହାକି ୨୦୧୧ ସୁନାମି ସମୟରେ କ୍ଷତିଗ୍ରସ୍ତ ହୋଇଥିଲା । ସେହି ସମୟରେ ୧୯ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହିପରି ସ୍ଥିତି ଯେପରି ପୁର୍ନବାର ନଉଠେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଫୁକୁସିମା ଦାଇଚି ପରମାଣୁ କେନ୍ଦ୍ର ଜାପାନର ଫୁକୁସିମା ପ୍ରଦେଶରେ ନିର୍ମିତ ହୋଇଛି । ଏହା ୧୯୭୧ମସିହାରେ ଆରମ୍ଭ ହୋଇଥିଲା । ଏହା ଏକ ଶକ୍ତି ପରମାଣୁ କେନ୍ଦ୍ର, ଯାହା ଟୋକିଓ ଇଲେକ୍ଟ୍ରିକ୍‍ ପାୱାର କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି । ୨୦୧୧ ସୁନାମି ପୂର୍ବରୁ ଏଥିରେ ୬ଟି ପରମାଣୁ ରିଆକ୍ଟର ଥିଲା । ସୁନାମିରେ ଏହା ଧ୍ୱଂସ ପରେ ବର୍ତ୍ତମାନ କେବଳ ଗୋଟିଏ ବାକି ରହିଛି ।
୨୦୧୧ରେ ଜାପାନରେ କଣ ଘଟିଥିଲା?
୧୧ମାର୍ଚ୍ଚ ୨୦୧୧ରେ ଜାପାନ ଟ୍ରେଞ୍ଚର ହୋନସୁର ଉତ୍ତରପୂର୍ବ ଉପକୂଳରେ ଭୂକମ୍ପର ଏକ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ୯.୧ଥିଲା । ଏହାର ମାତ୍ର ୩୦ମିନିଟ ମଧ୍ୟରେ ସମୁଦ୍ରରେ ସୁନାମି ସୃଷ୍ଟି ହୋଇଥିଲା । ରିପୋର୍ଟ ଅନୁସାରେ ସେହି ସମୟରେ ହୋଇଥିବା ସୁନାମୀରେ ୧୯ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ସୁନାମୀରେ ଫୁକୁସିମା ପରମାଣୁ କେନ୍ଦ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories