www.samajalive.in
Tuesday, December 9, 2025
23.1 C
Bhubaneswar

ବାଲିଯାତ୍ରା ପଡିଆରେ ସତ୍ୟବ୍ରତ ମେମୋରିୟାଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

କଟକ : ବାରବାଟୀ ୟୁନାଇଟେଡ୍ କ୍ଲବ୍ ଦ୍ବାରା ଆସନ୍ତା ଅଗଷ୍ଟ ମାସ ୨ ଓ ୩ ତାରିଖ (ଶନିବାର ଓ ରବିବାର) ରେ ଏ-ଡିଭିଜନ ପୁରୁଷ ଫୁଟବଲ ପ୍ରତିଯୋଗିତା ସତ୍ୟବ୍ରତ ମେମୋରିୟାଲ “ସୁପର କ୍ଲବ – ୨୦୨୫”, ବାଲିଯାତ୍ରା ପଡିଆରେ ହେବାକୁ ଥିବା ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ୨ ତାରିଖରେ ୪ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍ ହେବ ଓ ୩ ତାରିଖରେ ୨ଟି ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ବାରବାଟୀ– କଟକର ବିଧାୟିକା ସୋଫିଆ ଫିରଦୋଷ, ଓଡିଶା ଫୁଟବଲ ସଂଘର ସଚିବ ଶ୍ରୀଯୁକ୍ତ ଆଶୀର୍ବାଦ ବେହେରା, ଓଡିଶା କ୍ରିକେଟ ସଂଘର ସଚିବ ଶ୍ରୀଯୁକ୍ତ ସଂଜୟ କୁମାର ବେହେରା ଓ କଟକ ସହରର ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତିଗଣ ଅତିଥ ରୂପେ ଯୋଗଦେବେ ।

ଉକ୍ତ ଟୁର୍ଣ୍ଣାମେଣ୍ଟରେ ୮ଟି ଫୁଟବଲ ଦଳ ଯଥା ସନରାଇଜ କ୍ଲବ, ଜୟଦୁର୍ଗା ଗାଁ କ୍ଲବ, ମଙ୍ଗଳା କ୍ଲବ, ବିଡାନାସି କ୍ଲବ, ଇଣ୍ଡପେନ୍ଥେଟ କ୍ଲବ, ଚାନ୍ଦ କ୍ଲବ, ଗ୍ୟାଲେନ୍ କ୍ଲବ ଓ ସନସାଇନ ଭାଗ ନେବାପାଇଁ ସିକୃତି ପ୍ରଦାନ କରିଛନ୍ତି । ଚମ୍ପିଆନ ଦଳକୁ ୧୫ ହଜାର ଟଙ୍କା ଓ ରନ ନର୍ସଅପ ଦଳକୁ ୧୦,୦୦୦/- ଟଙ୍ଗା ସହିତ ଚମ୍ପିଅ ମ୍ପିଆନ ଓ ଋନସ୍ ଟ୍ରଫି ମଧ୍ୟ ପ୍ରଦାନ କରାଯିବ ।

- Advertisement -

ଉକ୍ତ ବୈଠକରେ ୮ଟି କ୍ଲବର ପ୍ରତିନିଧିମାନେ, ବାରବାଟୀ କ୍ଲବର ଚେୟାରମ୍ୟାନ ମ୍ୟାନ ଯଥା ଆଇନଜିବୀ ଶ୍ରଯୁକ୍ତ ପ୍ରକାଶ କୁମାର ନନ୍ଦ, ସଭାପତି ଶ୍ରୀଯୁକ୍ତ ଶିବ ଶଙ୍କର ସାହୁ, ସଚିବ ଶ୍ରୀଯୁକ୍ତ ପିତବାସ ସାହୁ, ସଞ୍ଜିବ ମହାନ୍ତି, ସେକ ଦାଉଦ, ଆଶିଷ କୁମାର ନନ୍ଦି, ଇଶ୍ବର ବେହେରା, ସେକ୍ ମୁସ୍ତାକିମ୍, ସେକ ଜାହିଦ, ହୃଦୟ ରଞ୍ଜନ ସାଇଁ, ମହମ୍ମଦ ମୁସ୍ତାକିମ ସେକ ଜାହାଙ୍ଗିର ଅଲ୍ଲି, ଗହର ଆଲାମ, ସୁଶାନ୍ତ କୁମାର ବେହେରା, ଇସାମାଇଲ ଖାଁ, ଅନୁପ ପ୍ରକାଶ ବିଶ୍ବାଳ, ପ୍ରଦିପ କୁମାର ପଣ୍ଡା, କ୍ଲବର କୋଷାଧ୍ୟକ୍ଷ ସୁନାକାର ଦଳାଇ ଓ ମିର୍ଜା ସଫିକ ବେଗଙ୍କ ସହିତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories