www.samajalive.in
Monday, December 8, 2025
14.1 C
Bhubaneswar

ରଣପୁରରେ ବିଦ୍ୟାଳୟ ନିରାପତ୍ତା ନେଇ ପ୍ରଶ୍ନବାଚୀ

ରଣପୁରଗଡ: ରାଜସ୍ଥାନର ଏକ ବିଦ୍ୟାଳୟ ଛାତ ଭୁଷୁଡି ସାତ ଛାତ୍ରଙ୍କ ମୃତ୍ୟୁ ପରେ ସମସ୍ତ ରାଜ୍ୟରେ ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ରାଜ୍ୟ ସଚିବଙ୍କୁ ବିଦ୍ୟାଳୟ ନିରାପତ୍ତା ଯାଞ୍ଚ ପାଇଁ ନିର୍ଦେଶ ଦେଇଛନ୍ତି। ୨୦୧୨ ମହିହାରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ରଣପୁର ସୁଆଁସିଆ ସାହି ଅଙ୍ଗନବାଡି କେନ୍ଦ୍ର କାନ୍ଥ ଭୁଷୁଡି ସାତ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ। କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ସେହିଦିନ ଠାରୁ ସମସ୍ତ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ନିର୍ଦେଶ ଆସିଥିଲା। ତେର ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଅର୍ଦ୍ଧାଧିକ ଅଙ୍ଗନବାଡି ଗୃହ ନିର୍ମାଣ ସରିନାହିଁ। ଜରାଜୀର୍ଣ୍ଣ ପରିତ୍ୟକ୍ତ ବିଦ୍ୟାଳୟ ଗୃହରେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର। ରଣପୁରରେ ଅନେକ ଘରୋଇ ବିଦ୍ୟାଳୟ ଛତୁ ଫୁଟିଲା ଭଳି ଖୋଲାଯାଇଛି। ଯାହାର ସଠିକ ହିସାବ ବ୍ଳକ ଶିକ୍ଷା ମଣ୍ଡଳରେ ମିଳୁନାହିଁ। ଅନେକ ବିଦ୍ୟାଳୟର ଅନୁମତି ନଥିବା ବେଳେ ଅନେକ ଗେ।ଟିଏ ଯାଗାରେ ଅନୁମତି ଥିଲେ ମଧ୍ୟ ସମସ୍ତ ସରକାରୀ ନିୟମକୁ ବେଖାତିର କରି ଜରାଜୀର୍ଣ୍ଣ ଭଡାଘର, ଅଗ୍ନି ନିରାପତ୍ତା ନଥାଇ, ଜରୁରୀକାଳୀନ ପ୍ରସ୍ଥାନ ରାସ୍ତା ନଥାଇ, ପୁରୁଣା ବୈଦୁତିକ ତାର ଥାଇ ‌‌‌‌‌ସରକାରୀ ନୀତି ନିୟମକୁ ବେଖାତିର କରିଥିବା ଅଭିଯୋଗ ହେଉଛି। ରଣପୁର ଅଗ୍ନିଶମ ବାହିନୀ ଅଧିକାରୀ ଦାୟିତ୍ୱରେ ଥିବା ଅମରେନ୍ଦ୍ର ତ୍ରିପାଠୀ କୁହନ୍ତି କେଉଁ କେଉଁ ଘରେ।ଇ ବିଦ୍ୟାଳୟ ଓ ସରକାରୀ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ନାହିଁ ତାହାର ତାଲିକା କରି ସରକାରଙ୍କୁ ପ୍ରଦାନ କରାଯିବ। ରଣପୁର ବ୍ଳକ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନ କୁହନ୍ତି ଆମର ନିରାପତ୍ତା ଯାଞ୍ଚ କମିଟି ମାଧ୍ୟମରେ ତୁରନ୍ତ ଯାଞ୍ଚ କରାଯାଇ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଆଯିବ।

୪୮ ଘଣ୍ଟା ପରେ ଶନି-ଗୁରୁଙ୍କ ଶକ୍ତିଶାଳୀ ରାଜଯୋଗ: ଏହି ରାଶିଙ୍କୁ ମିଳିବ ବଡ ଖୁସି, ଗୋଟିଏ ପରେ ଗୋଟିଏ ସଫଳତା, ହଠାତ୍‌ ହେବେ ଧନୀ..

ଚରମ ସୀମାରେ ଅବହେଳା ; ନିଘୋଡ ନିଦରେ ଶୋଇ ରହିଲେ ଡାକ୍ତର, ଚାଲିଗଲା ରୋଗୀ ଜୀବନ

- Advertisement -

ଦେଖନ୍ତୁ ଭିଡିଓ; ଛାତ ଉପରେ ଶୋଇଥିଲେ ଶ୍ରମିକ, ପହଞ୍ଚିଗଲା ସିଂହ, ଆଉ ତା’ପରେ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories