www.samajalive.in
Tuesday, December 9, 2025
16.1 C
Bhubaneswar

ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଭାରତକୁ ୟୁରୋପୀୟ ସଂଘର ଦୃଢ଼ ସମର୍ଥନ

କଲକାତା : ଆତଙ୍କବାଦର ମୁକାବିଲା କରିବା କ୍ଷେତ୍ରରେ ୟୁରୋପୀୟ ସଂଘ ଦୃଢ଼ ଭାବେ ଭାରତକୁ ସମର୍ଥନ କରୁଛି ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛି । କଲକାତାଠାରେ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ତୋମାଜ୍‍ କଜ୍‍ରୋସ୍କି ଏହା କହିଛନ୍ତି । ଭାରତ ଆତଙ୍କବାଦ ବିରୋଧରେ ଯେଉଁ ଲଢ଼ାଇ କରୁଛି, ତାଙ୍କ ସଙ୍ଗଠନର ସେଥିପ୍ରତି ସଂପୂର୍ଣ୍ଣ ସହଯୋଗ ରହିଛି ବୋଲି ସେ କହିଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇରେ ସମସ୍ତେ ସହଯୋଗ କରିବା ସହ ଏହା ପଛରେ ଥିବା ଉଦ୍ଦେଶ୍ୟକୁ ପ୍ରତିହତ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି ।
ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମ୍ପର୍କରେ ମତାମତ ଦେଇ ସେ କହିଛନ୍ତି ଯେ, ଏହି ଘଟଣା ପଛରେ ଥିବା ଜୈସ୍‍-ଏ-ମହମ୍ମଦ ଓ ଲସ୍ପର-ଇ-ତୋଇବା ସମେତ ଏକାଧିକ ସଙ୍ଗଠନକୁ ୟୁରୋପୀୟ ସଂଘ, ଆତଙ୍କବାଦୀ ସଙ୍ଗଠନ ଭାବେ ତାଲିକାଭୁକ୍ତ କରିଛି।

 

- Advertisement -

 

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories