ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ପବିତ୍ର ସହର ତିରୁପତିରୁ ଏକ ଆଶ୍ଚର୍ଯ୍ୟଜନକ ଓ ଭୟଭୀତ କରୁଥିବା ଘଟଣା ସାମ୍ନାକୁ ଆସିଛି । ଭିଡିଓ ଭାଇରାଲ୍ ହେବା ପରେ ହଇଚଇ ସୃଷ୍ଟି କରିଛି । ସାଧାରଣତଃ ବାଘର ନାଁ ଶୁଣିଲେ ଭୟଭୀତ ହେବା ସାଧାରଣ କଥା । ତେବେ ଚିନ୍ତା କରନ୍ତୁ, ବାଇକ୍ରେ ଯିବା ସମୟରେ ବିଚ୍ ରାସ୍ତାରେ ହଠାତ୍ ଯଦି ବାଘ ଆକ୍ରମଣ କରେ, ଅବସ୍ଥା କ’ଣ ହେବ । ଏଭଳି ହିଁ ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ, ଏକ ବାଇକ୍ରେ ରାତି ସମୟରେ ୨ ଜଣ ଜଙ୍ଗଲ ରାସ୍ତାରେ ଯାଉଛନ୍ତି । ସେହି ସମୟରେ ହଠାତ୍ ଏକ କଲରାପତରିଆ ବାଘ ଆସି ଝାମ୍ପ ମାରି ଚଳନ୍ତା ବାଇକ୍ରେ ଥିବା ୨ ଜଣଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ।
Leopard scare in Tirupati
A #biker had a narrow escape from a #leopard attack near #Zoo Park Road.
The big cat was later spotted near #Aravind Eye Hospital at midnight too.#Tirupati #Cheetah #leopard #zooparkroad #tirupatizooparkroad #LeopardAttack #leopard pic.twitter.com/S0akMLYCSi
— F Faheed (@FaheedU31135) July 26, 2025
ଏହି ସମ୍ପୂର୍ଣ୍ଣ ଘଟଣା ନିକଟରେ ଯାଉଥିବା କାର୍ରେ ଥିବା ଯାତ୍ରୀ ରେକର୍ଡ କରିଥିବା ଜଣାପଡିଛି । ବାଇକ୍ଟି ଦ୍ରୁତ ଗତିରେ ଥିବାରୁ ଚାଳକ ଜଣକ ସଠିକ୍ ନିୟନ୍ତ୍ରଣ ରକ୍ଷା କରି ବାଘ ଆକ୍ରମଣ ସହ ଦୁର୍ଘଟଣାରୁ ନିଜକୁ ରକ୍ଷା କରିଥିେଲେ । ଭିଡିଓରେ ଭଲ ଭାବେ ଦେଖିପାରିବେ, କିଭଳି ହଠାତ୍ ବାଘଟି ଆସି ଆକ୍ରମଣ କରିବାକୁ ଚେଷ୍ଟା କରିଛି । ଭିଡିଓ ସାମ୍ନାକୁୁ ଆସିବ ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଏହା ପ୍ରଥମ ଘଟଣା ନୁହେଁ, ତିରୁପତି ଅଞ୍ଚଳରେ ବାଘ ଦେଖାଯିବା । କିଛି ଦିନ ପୂର୍ବରୁ ଅଲୀପିରି ଅଞ୍ଚଳରେ ଏକ କଲରାପତରିଆ ବାଘ ସେଠାରେ ଥିବା ସିସିଟିଭିରେ ରେକର୍ଡ ହୋଇଥିଲା । ଫଳରେ ପାଖପାଖ ଅଞ୍ଚ ସହ ଯାତାୟତ କରୁଥିବା ଶ୍ରଦ୍ଧାଳୁଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିଲା । ଘଟଣା ବିଷୟରେ ତିରୁମାଳା ତିରୁପତି ଦେବସଂସ୍ଥାନ ଓ ବନ ବିଭାଗ ଘଟଣା ପ୍ରତି ଧ୍ୟାନ ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢା ଯାଇଥିଲା ।
ଏହାସହ ଟିଟିଡି ଅପିଲ୍ କରିଛି କି, ଶ୍ରଦ୍ଧାଳୁ ଏକା ଯାତ୍ରା କରନ୍ତୁ ନାହିଁ । ଏହାସହ ଜଙ୍ଗଲ ରାସ୍ତାରେ ଅଧିକରୁ ଅଧିକ ସତର୍କ ରୁହନ୍ତୁ । ବନ ବିଭାଗ ମଧ୍ୟ ଉକ୍ତ ଅଞ୍ଚଳରେ ସୁରକ୍ଷା ବଢାଇବା ସହ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।
ଶ୍ରାବଣର ୩ୟ ସୋମବାରରେ ଗ୍ରହଙ୍କ ଦୁର୍ଳ୍ଲଭ ସଂଯୋଗ.. ପୁଣି ରାଜଯୋଗ; ଏହି ରାଶି ହେବେ ମାଲାମାଲ୍, ମିଳିବ ଏସବୁ ଖୁସି



