www.samajalive.in
Sunday, December 7, 2025
16.1 C
Bhubaneswar

ଦେଶ କରମ୍ ପାଇଁ ପ୍ରସ୍ତୁତି ବୈଠକ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଅଁଳାଡିହା ଗ୍ରାମରେ ଓଡ଼ିଶା ରାଜ୍ୟସ୍ତରୀୟ ଦେଶ କରମ୍ ପରବ ପାଇଁ କୁଡୁମି ସମ୍ପ୍ରଦାୟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ତଥା ଏ ଅଞ୍ଚଳର ବହୁ ସଂଖ୍ୟାର କୁଡ଼ୁମି ସମ୍ପ୍ରଦାୟର ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଚଳିତ ବର୍ଷ ରାଜ୍ୟସ୍ତରୀୟ ଦେଶ କରମ୍ ପରବ ଓଡ଼ିଶାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଗ୍ରାମପଞ୍ଚାୟତର ଅଁଳାଡିହା ଗ୍ରାମରେ ବିଧିବଦ୍ଧ ଭାବରେ ସେପ୍ଟେମ୍ବର ୩ ତାରିଖ ଠାରୁ ସାତଦିନ ଧରି ଅନୁଷ୍ଠିତ ହେବାପାଇଁ ରାଜ୍ୟ ସଭାପତି ନବୀନ କିଶୋର ମହାନ୍ତ ସମସ୍ତଙ୍କ ଉପସ୍ଥିତିରେ ଏହି ସଭାରେ ଘୋଷଣା କରିଛନ୍ତି।

ଓଡ଼ିଶା ରାଜ୍ୟସ୍ତରୀୟ କୁଡ଼ୁମି଼ କମିଟିର ମୁଖ୍ୟ ସଂରକ୍ଷକ ଲକ୍ଷ୍ମୀଧର ମହାନ୍ତ ଫୋନ ମାଧ୍ୟମରେ କରମ ପର ର ବିଧି ବିଷୟରେ ଉଦବୋଧନ ଦେଇ ସଭାକୁ ଉତ୍ସାହ ପ୍ରଦାନ କରିଥିଲେ। କରମ ବିଧି ଅନୁସାରେ କରମର ସାତଦିନ ପୂର୍ବରୁ ଅଗଷ୍ଟ ମାସ ୨୮ ତାରିଖ ପବିତ୍ର କରମ ଘାଟ ଧାନବେଣୀରୁ ବାଲି ଉଠାହେବ। ଏବର୍ଷ ଏହି ଦେଶ କରମକୁ ପରିଚାଳନା କରିବା ପାଇଁ ସ୍ଥାନୀୟ କୁଦୁମି ଭାଇ ଭଉଣୀ ମାନଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରାଯାଉଛି। ସଭାପତି ଭାବେ ଅଁଳାଡିହାର କୁନ୍ତଳା ମହାନ୍ତ, ଉପସଭାପତି ଭାବେ ଖୁଣ୍ଟାପଡ଼ାର ଡାଳିମ୍ବ ମହାନ୍ତ, ସମ୍ପାଦକ ଭାବେ ଅଁଳାଡିହାର ଦୁର୍ଗାଚରଣ ମହାନ୍ତ ଓ ସହ ସଂପାଦକ ଭାବେ ଖୁଣ୍ଟାପଡ଼ାର କ୍ଷେତ୍ରମୋହନ ମହାନ୍ତ ମନୋନୀତ ହୋଇଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories