www.samajalive.in
Sunday, December 7, 2025
26.1 C
Bhubaneswar

ଘରେ ଖାଇବାକୁ ନାହିଁ, ୭ ଦିନର ଶିଶୁ କନ୍ୟାକୁ ବିକିଦେଲେ ବାପା-ମା’

ଟିଟିଲାଗଡ଼ :  ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଭାଲେଗାଁ ପଞ୍ଚାୟତ ବାଗଡେର ଗ୍ରାମର ଏକ ପରିବାର ଦାରିଦ୍ର୍ୟତାର ତାଡନା ସହିନପାରି ନିଜ ୭ ଦିନର କନ୍ୟାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ପ୍ରାୟ ମାସଟିଏ ତଳେ ଟିଟିଲାଗଡ଼ ସରକାରୀ ମାତୃ ଓ ଶିଶୁ ଡାକ୍ତରଖାନାରେ ଶିଶୁ କନ୍ୟା ଜନ୍ମ ପରେ ଘରକୁ ଆଣି ୨୦ ହଜାର ଟଙ୍କାରେ ପାଇକମାଲ ଅଞ୍ଚଳର ଏକ ବ୍ୟକ୍ତିକୁ ବିକ୍ରି କରିଦିଆଯାଇଛି । ସୂଚନାରୁ ପ୍ରକାଶ ଯେ ଗ୍ରାମର ନିଲ ରଣା ଜଣେ ଦାଦନ ଶ୍ରମିକ । ତାଙ୍କର ପ୍ରଥମ ପତ୍ନୀ ତିନୋଟି କନ୍ୟା ଜନ୍ମ ଦେଇଥିଲେ । ପ୍ରାୟ ତିନି ବର୍ଷ ତଳେ ପ୍ରଥମ ପତ୍ନୀ ଘରୁ ଚାଲିଯିବା ପରେ ସେ ଦ୍ଵିତୀୟ ପତ୍ନୀ ଗ୍ରହଣ କରିଥିଲେ । ଦ୍ଵିତୀୟ ପତ୍ନୀଙ୍କଠାରୁ ବର୍ଷକ ତଳେ ପ୍ରଥମେ ଏକ କନ୍ୟା ସନ୍ତାନ ଜନ୍ମ ପରେ ଗତ ମାସ ଆଉ ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଉକ୍ତ ଶିଶୁ କନ୍ୟା ଜନ୍ମ ପରେ ତାକୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ନିଲ ସ୍ୱୀକାର କରିଛନ୍ତି । ଏକ ଭଙ୍ଗାଦଦରା ଘର ସହ ସରକାରଙ୍କ ମାଗଣା ଚାଉଳ ମଧ୍ୟ ମିଳୁନାହିଁ । ଗୋଟିଏ ଛୁଆର ଠିକ୍ ରୂପେ ଯତ୍ନ ନେଇପାରୁନାହାନ୍ତି, ଆଉ ଗୋଟିଏ ଛୁଆକୁ ପରିବାର କିଭଳି ପୋଷଣ କରିବେ ବୋଲି ଗ୍ରାମର ତାଙ୍କ ସମ୍ପର୍କୀୟ କହିଛନ୍ତି । ଘଟଣାଟି ବର୍ତ୍ତମାନ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories