www.samajalive.in
Sunday, December 7, 2025
14.1 C
Bhubaneswar

ମାଟି ତଳୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ମାଟି ତଳୁ ମିଳିଛି ଲକ୍ଷ ଲକ୍ଷ ଟଙ୍କା। ମାଓବାଦୀମାନେ ଏହି ଟଙ୍କା ଲୁଚାଇ ରଖିଥିବା ଜଣାପଡ଼ିଛି। ଗୁପ୍ତ ସୂଚନା ଆଧାରରେ ଝାଡ଼ଖଣ୍ଡର ଚାଇବାସା ପୁଲିସ ପ୍ରାୟ ୩୫ ଲକ୍ଷ ଟଙ୍କା ଜବତ କରିଛି। ଉଦ୍ଧାର ଟଙ୍କାବିଡ଼ାଗୁଡ଼ିକ କାଗଜ ଏବଂ ପ୍ଲାଷ୍ଟିକରେ ଗୁଡ଼ାଯାଇଛି। ମୋଟ ୩୫ଟି ପୃଥକ ବିଡ଼ା ରହିଛି। ଉଦ୍ଧାର ଟଙ୍କା ମାଓବାଦୀମାନେ ସୁରକ୍ଷା ବାହିନୀ ବିରୁଦ୍ଧରେ ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିଛାଇବା ଏବଂ ବିସ୍ଫୋରକ କିଣିବା ପାଇଁ ରଖିଥିଲେ। ସମସ୍ତ ଟଙ୍କା ଏକ ଷ୍ଟିଲ୍ କ୍ୟାନରେ ରଖାଯାଇ ମାଟିରେ ପୋତାଯାଇଥିଲା। ଜବତ ଟଙ୍କାର ମୂଲ୍ୟ ପ୍ରାୟ ୩୫ ଲକ୍ଷ ହେବ ବୋଲି ଆକଳନ କରାଯାଉଥିବାବେଳେ ଥାନାକୁ ନେଇ ଟଙ୍କା ଗଣନା ପରେ ସଠିକ୍‌ ପରିମାଣ ଜଣାପଡ଼ିବ ବୋଲି ରାଞ୍ଚି ଆଇଜି ମନୋଜ କୌଶିକ୍‌ ‘ଏକ୍ସ’ ଯୋଗେ ସୂଚନା ଦେଇଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories