www.samajalive.in
Sunday, December 7, 2025
16.1 C
Bhubaneswar

ଓଡ଼ିଶା ଟେକ୍ସ -୨୦୨୫କୁ ବଡ ସଫଳତା, ୭୮୦୮ କୋଟିର ୩୩ଟି ଚୁକ୍ତି ସ୍ୱାକ୍ଷରିତ

ଡେସ୍କ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ଆମେ ପୂରଣ କରୁଛୁ। ଓଡ଼ିଶାକୁ ଟେକ୍ସଟାଇଲ ଶିଳ୍ପ କ୍ଷେତ୍ରରେ ସମୃଦ୍ଧ କରି ନିଯୁକ୍ତି ଓ ରୋଜଗାର ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହି କ୍ରମରେ ଆଜି ଓଡ଼ିଶା ଟେକ୍ସ -୨୦୨୫ ମାଧ୍ୟମରେ ମୋଟ୍ ୭ ହଜାର ୮୦୮ କୋଟି ଟଙ୍କା ମୂଲ୍ୟର ୩୩ଟି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିବା ବେଳେ ଏହା ଦ୍ୱାରା ୫୩ ହଜାର ୩୦୦ଟି ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି।

ଓଡ଼ିଶା ଟେକ୍ସ -୨୦୨୫କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶାର ହସ୍ତତନ୍ତ ତଥା ପରିଧାନ ଶିଳ୍ପ ଆମ ସଂସ୍କୃତିର ଗର୍ବ ଓ ଗୌରବ। ପୁରୀ ମନ୍ଦିରରେ ଆମ ମହାପ୍ରଭୁ ପ୍ରତିଦିନ ନୂଆ ହାତବୁଣା ବସ୍ତ୍ର ପିନ୍ଧନ୍ତି ଏବଂ ଏହି ସମସ୍ତ ବସ୍ତ୍ର ରାଜ୍ୟର ବିଭିନ୍ନ ମଠ ଓ ପବିତ୍ର କ୍ଷେତ୍ରରୁ ଆସେ। କପଡ଼ା ଓ ପୋଷାକ ଶିଳ୍ପ ଆମ ସଂସ୍କୃତି, ଇତିହାସ ଓ ଅସ୍ମିତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଏହା ପ୍ରମାଣିତ କରୁଛି। ଆମ ରାଜ୍ୟକୁ ଟେକ୍ସଟାଇଲ୍ ଓ ବସ୍ତ୍ର ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଉଦ୍ଦେଶ୍ୟରେ ଆମ ସରକାର ଶିଳ୍ପ ସମ୍ମିଳନୀ – ‘ଓଡ଼ିଶା ଟେକ୍ସ -୨୦୨୫’ ଆୟୋଜନ କରୁଛନ୍ତି ବୋଲି ସେ କହିଛନ୍ତି।

- Advertisement -


ଏହି ସମ୍ମିଳନୀରେ ୬ ଗୋଟି ନୂତନ ପ୍ରକଳ୍ପର ଉଦଘାଟନ କରାଯାଇଛି। ଏହି ଅବସରରେ ଏକାଧିକ ଏମଓୟୁ ସ୍ୱାକ୍ଷର ସହ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆସୁଥିବା ବେଳେ ଏହା ଦ୍ୱାରା ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଦେଶରେ କୃଷି ପରେ ବସ୍ତ୍ର ଶିଳ୍ପ ସବୁଠାରୁ ଅଧିକ ନିଯୁକ୍ତି ସୃଷ୍ଟି କରିଥାଏ। କିନ୍ତୁ ଦୁଃଖର ବିଷୟ ଯେ, ଅଧିକାଂଶ କାରିଗର ଅଣସଙ୍ଗଠିତ ଭାବରେ କାମ କରନ୍ତି। ବିଶ୍ୱର ନାମୀ ବ୍ରାଣ୍ଡର ମହଙ୍ଗା ପୋଷାକ ଭାରତର ଛୋଟ ଉଦ୍ୟୋଗରେ ତିଆରି ହୁଏ, କିନ୍ତୁ ଦାମୀ କମ୍ପାନୀ ସେଗୁଡିକୁ ନିଜର ମୋହର ଲଗାଇ ବିକ୍ରି କରନ୍ତି। ଆମ କାରଖାନାରେ ତିଆରି ହୋଇଥିବା ପୋଷାକ ଦେଶ ବିଦେଶରେ ଅନ୍ୟ ନାମରେ ବିକ୍ରୟ ହୁଏ। ଏହି ପରିସ୍ଥିତି ବଦଳିବା ଦରକାର। ପ୍ରଧାନମନ୍ତ୍ରୀ ମୋଦୀଜୀ ଆଣିଥିବା ବସ୍ତ୍ର ନୀତି ୨୦୨୪ ଦେଶକୁ ବୈଶ୍ୱିକ ଶିଳ୍ପ ଶକ୍ତି ବନାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହା ନବାଚାର, ନିବେଶ ଓ ରୋଜଗାର ବୃଦ୍ଧିକୁ ପ୍ରେରଣା ଦେଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପରିଧାନ ଶିଳ୍ପ ପ୍ରାଚୀନ ଓ ଆମ ପାଇଁ ଗର୍ବର ବିଷୟ। ସମ୍ବଲପୁରୀ ବସ୍ତ୍ର, ବ୍ରହ୍ମପୁରର ରେଶମ, କେନ୍ଦୁଝର ଟସର, ଗଜପତି ଓ ମାଣିଆବନ୍ଧର କାରିଗରୀ ଦେଶବ୍ୟାପୀ ପ୍ରସିଦ୍ଧ। ଏହାକୁ ନୂଆ ଦିଗରେ ନେବାକୁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଚଳିତ ବର୍ଷରେ ସାରା ଦେଶର ଘରୋଇ ନିବେଶର ୪୦ % ଓଡ଼ିଶାକୁ ଆସୁଛି, ଯାହା ଆମ ପାଇଁ ଗର୍ବର କଥା। ଆଗାମୀ ୧୦ ବର୍ଷରେ ୫ଟି ଟେକ୍ସଟାଇଲ୍ ପାର୍କ ସ୍ଥାପନ, ୫ ଲକ୍ଷ ନିଯୁକ୍ତି ସୃଷ୍ଟି ଓ ସ୍ୱଦେଶୀ ବ୍ରାଣ୍ଡକୁ ବିଶ୍ୱରେ ପରିଚିତ କରାଯିବ।

ସମସ୍ତ କାରିଗରଙ୍କୁ ଆଶ୍ୱସ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସଦାସର୍ବଦା ସେମାନଙ୍କ ସହିତ ଅଛନ୍ତି। କପଡ଼ା ଓ ପୋଷାକ କ୍ଷେତ୍ରରେ ଏକ ନୂଆ ଉତ୍ସାହର ସହ କାମ କରିବା ଓ ଆମ ରାଜ୍ୟ ଓଡ଼ିଶା ପାଇଁ ଏକ ନୂଆ ଐତିହ୍ୟ ଗଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି। ସପ୍ତାହକୁ ଗୋଟିଏ ଦିନ ଓଡ଼ିଶାର ବସ୍ତ୍ର ପିନ୍ଧିବା, ବର୍ଷକୁ ଥରେ ଏକ ହାତବୁଣା ବସ୍ତ୍ର କିଣିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଛନ୍ତି, ଏହି ପଦକ୍ଷେପ ଆମ ବୟନ ଶିଳ୍ପରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories