ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସିଆର୍ପି. ସିଏମ୍. ଆସୋସିଏସନ୍ ଜିଲ୍ଲା ସଭାନେତ୍ରୀ ହୀରାଦିପ ପ୍ରଧାନ ଏବଂ ସମ୍ପାଦିକା ସବିତା ପରିଚ୍ଛ।ଙ୍କ ନେତୃତ୍ବରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ମନୀଷା ଦାସଙ୍କୁ ଦେବା ପାଇଁ ଆସିଥିଲେ କିନ୍ତୁ ସେ ଅନୁପସ୍ଥିତ ରହିଥିବାରୁ ଜିପିଓ ଶ୍ଵେତାମ୍ବର ପ୍ରଧାନୀଙ୍କୁ ଆଜି ଦାବିପତ୍ର ପ୍ରଦାନ କରିଛନ୍ତି । ମିଶନ ଶକ୍ତିର ବ୍ଲକ ସଂଯୋଜକ ରାଜୀବ କୁମାର ପାଢ଼ୀଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଧାନ କରାଯାଇଛି। ଦାବି ପତ୍ର ପ୍ରଦାନ ସମୟରେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ଭାରତୀୟ ମଜଦୂର ସଂଘର ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଜିଲ୍ଲା ସଭାନେତ୍ରୀ ଭାରତୀ ନାୟକ ଏବଂ ସମ୍ପାଦିକା ହୀରା ଦେବୀ ପ୍ରଧାନ ଯୋଗଦେଇଥିଲେ । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସିଆର୍ପି. ସିଏମ୍. ମାନଙ୍କ ପାଇଁ ଇନ୍ସେନ୍ଟିଭକୁ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା ପ୍ରଦାନ କରାଯାଉ । ଏଥି ସହ ଅନ୍ଲାଇନ୍ କାର୍ଯ୍ୟ ପାଇଁ ଟାବ୍ଲେଟ୍ ମେସିନ୍ ପ୍ରଦାନ କରାଯିବା, ସିଆର୍ପି.ସିଏମ୍. ମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ମାସିକ ବେତନ ଏକାଉଣ୍ଟ ଜରିଆରେ ପ୍ରଦାନ କରିବା ଓ ସିଆର୍ପି. ସିଏମ୍. ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଦାବିରେ ଉଲ୍ଲେଖ ରହିଛି। ବ୍ଲକର ୧୪ଟି ପଞ୍ଚାୟତରେ ଥିବା ସମସ୍ତ ସିଆର୍ପି. ସିଏମ୍ କର୍ମୀ ଉପସ୍ଥିତ ରହିଥିଲେ। ଉକ୍ତ ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରିବୁ ବୋଲି ଜିପିଓ ଶ୍ଵେତାମ୍ବର ପ୍ରଧାନୀ କହିଛନ୍ତି।
Popular Categories



