www.samajalive.in
Sunday, December 7, 2025
13.1 C
Bhubaneswar

ଆମେରିକା ଓ ଇସ୍ରାଏଲକୁ ବଡ଼ ଝଟକା ଦେଲା ଫ୍ରାନ୍ସ

ସମାଜ ଡିଜିଟାଲ ଡେସ୍କ: ଆମେରିକା ଏବଂ ଇସ୍ରାଏଲକୁ ଏକ ବଡ଼ ଝଟ୍‌କା ଦେଇଛି ଫ୍ରାନ୍ସ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଏକ ଘୋଷଣା ଆରେମିକାର ନିଦ ହଜାଇ ଦେଇଛି। କେବଳ ଏତିକି ନୁହେଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବି ଚିନ୍ତାରେ ପଡ଼ି ଯାଇଛନ୍ତି। ଯେଉଁଥିପାଇଁ ସେ ଫ୍ରାନ୍ସକୁ ଧମକ ଦେବାକୁ ବି ପଛାଇ ନାହାନ୍ତି।

ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ କହିଛନ୍ତି ଯେ, ତାଙ୍କ ଦେଶ ପାଲେଷ୍ଟାଇନକୁ ଏକ ଦେଶ ରୂପେ ମାନ୍ୟତା ଦେବାକୁ ଯାଉଛି। ଚଳିତବର୍ଷ ସେପ୍ଟେମ୍ବର ମାସରେ ଫ୍ରାନ୍ସ ଆନୁଷ୍ଠାନିକ ଭାବେ ପାଲେଷ୍ଟାଇନକୁ ମାନ୍ୟତା ପ୍ରଦାନ କରିବ। ଜି-୭ ରାଷ୍ଟ୍ର ସମୂହରେ ଫ୍ରାନ୍ସ ପ୍ରଥମ ଦେଶ ହେବ, ଯିଏକି ପାଲେଷ୍ଟାଇନକୁ ମାନ୍ୟତା ଦେବ। ମାକ୍ରନଙ୍କ ଏହି ଘୋଷଣାକୁ ନେଇ ଆମେରିକାର ଘୋଷ ଅସନ୍ତୋଷ ପ୍ରକାଶ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମଧ୍ୟ ଏଥିରେ ଆପତ୍ତି ପ୍ରକାଶ କରିଛନ୍ତି। କିନ୍ତୁ ସାଉଦି ଆରବ ଏହାକୁ ସ୍ଵାଗତ କରିଛି।

- Advertisement -

ମାକ୍ରନ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ନିଜର ଐତିହାସିକ ପ୍ରତିବଦ୍ଧତା ଅନୁସାରେ ଫ୍ରାନ୍ସ ପାଲେଷ୍ଟାଇନକୁ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇଛି। ଆମକୁ ହମାସକୁ ନିରସ୍ତ୍ର କରିବାକୁ ହେବ ଏବଂ ଗାଜାକୁ ସୁରକ୍ଷିତ କରିବାକୁ ପଡ଼ିବ। ପୁଣି ଥରେ ଗାଜାକୁ ନିର୍ମାଣ କରିବାକୁ ହେବ। ଇସ୍ରାଏଲକୁ ବି ପୂର୍ଣ୍ଣ ମାନ୍ୟତା ପ୍ରଦାନ କରାଯିବା ଦରକାର। ଇସ୍ରାଏଲ ମଧ୍ୟପ୍ରାଚ୍ୟରେ ସମସ୍ତଙ୍କ ସୁରକ୍ଷାରେ ଯୋଗଦାନ କରିବା ଆବଶ୍ୟକ। ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ। ଆସନ୍ତା ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ସଭାରେ ଫ୍ରାନ୍ସ ପାଲେଷ୍ଟାଇନକୁ ଦେଶର ମାନ୍ୟତା ଦେବା ନେଇ ଘୋଷଣା କରିବ ବୋଲି ସେ କହିଛନ୍ତି।

ଫ୍ରାନ୍ସର ଏହି ଘୋଷଣାକୁ ପାଲେଷ୍ଟାଇନ ସ୍ଵାଗତ କରିଛି। ତେବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଆମେରିକା ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତିକୁ ଖାରଜ କରୁଛି। ଏପରି ଦାୟିତ୍ଵହୀନ ନିଷ୍ପତ୍ତି ହମାସ ଆତଙ୍କୀ ସଂଗଠନ ପାଇଁ ସହାୟକ ହେବ ଏବଂ ଶାନ୍ତିକୁ ହାନି ପହଞ୍ଚାଇବ।

ନେତାନ୍ୟାହୁ ଫ୍ରାନ୍ସର ନିଷ୍ପତ୍ତିକୁ କଡ଼ା ନିନ୍ଦା କରି କହିଛନ୍ତି, ଏଭଳି ପଦକ୍ଷେପ ଆତଙ୍କବାଦକୁ ପ୍ରୋତ୍ସାହିତ କରିବ। ଗାଜା ପରି ଆଉ ଏକ ଇରାନର ସହଯୋଗୀ ଆତଙ୍କୀ ଦେଶ ଗଢ଼ି ଉଠିବାର ବିପଦ ଉପୁଜିବ। ଏଭଳି ସ୍ଥିତିରେ ପାଲେଷ୍ଟାଇନ ରାଷ୍ଟ ଇସ୍ରାଏଲର ବିନାଶର ଲଞ୍ଚପ୍ୟାଡ୍‌ ହେବ। ପାଲେଷ୍ଟାଇନବାସୀ ଇସ୍ରାଏଲ ସହିତ ଗୋଟିଏ ଦେଶ ଚାହୁଁନାହାନ୍ତି, ସେମାନେ ଇସ୍ରାଏଲକୁ ହଟାଇ ଏକ ଦେଶ ଗଠନ କରିବାକୁ ଚାହୁଁଛନ୍ତି।

ସୂଚନାଯୋଗ୍ୟ, ମିଳିତ ଜାତିସଂଘର ୧୯୩ ଦେଶ ମଧ୍ୟରୁ ୧୪୦ ଦେଶ ପାଲେଷ୍ଟାଇନକୁ ମାନ୍ୟତା ପ୍ରଦାନ କରିଛନ୍ତି। ଏସବୁ ଦେଶଗୁଡ଼ିକ ମଧ୍ୟରେ ସ୍ପେନ, ଆୟର୍ଲାଣ୍ଡ ଭଳି କିଛି ୟୁରୋପୀୟ ଦେଶ ସାମିଲ ଅଛନ୍ତି। କିନ୍ତୁ ଇସ୍ରାଏଲର ମୁଖ୍ୟ  ସହଯୋଗୀ ଆମେରିକା, ବ୍ରିଟେନ ଆଦି ଦେଶ ମାନ୍ୟତା ଦେଇନାହାନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories