www.samajalive.in
Sunday, December 7, 2025
26.1 C
Bhubaneswar

କେନାଲ ସଫେଇ ନହେବାରୁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଫେରାଦ ହେଲେ ଚାଷୀ

ଆଠଗଡ଼:ଲଘୁଚାପ ଜନିତ ଲଗାଣ ବର୍ଷାରେ ସତ କିନ୍ତୁ ଆଶାନୁରୂପ ବର୍ଷା ହେଉ ନଥିବା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବିତ ହେଉଛି। ବୁଣାଧାନ ବିହୁଡା ବେଉଷଣ ସରିବା କଥା। କିନ୍ତୁ ପାଣିର ଅଭାବ ଯୋଗୁଁ ଏ ସବୁ କାମ ଏପର୍ଯ୍ୟନ୍ତ ହୋଇ ପାରିନାହିଁ । ବିକଳ୍ପ ଭାବରେ ଜଳସେଚନ ଉପରେ ନିର୍ଭର କରି ଯେଉଁ କାମ ହେବା କଥା ତାହା ବିଭାଗୀୟ ଆନ୍ତରିକତା ଅଭାବ ଓ ଅପାରଗତା ଯୋଗୁଁ ହୋଇ ପାରୁନାହିଁ ।

ଆଠଗଡ ସହରର କନ୍ତୋଲଠାରେ କ୍ଷୁଦ୍ର ଜଳସେଚନ ବିଭାଗର ଲକ୍ଷ୍ମୀବନ୍ଧ ଓ ତତସଲଗ୍ନ ଦୁଇଟି କେନାଲ ଯେବେଠାରୁ ରେଙ୍ଗାଲି ଦକ୍ଷିଣ କେନାଲ ବିଭାଗ ହାତକୁ ଗଲାଣି ସେବେଠାରୁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଉକ୍ତ ରେଙ୍ଗାଲି  ଦକ୍ଷିଣ କେନାଲ ଡିଭିଜନର କୌଣସି କାର୍ଯ୍ୟାଳୟ ନଥିବାରୁ ଚାଷୀ କାହାକୁ ଗୁହାରୀ କରିବେ ତାକୁ ନେଇ ଚିନ୍ତାରେ ରହୁଛନ୍ତି । ଢେଙ୍କାନାଳ ମହିଷପାଟଠାରେ ରେଙ୍ଗାଲି କାର୍ଯ୍ୟାଳୟ ଥିବାବେଳେ ଏଠାକୁ କୌଣସି ଯନ୍ତ୍ରୀ ବା ଅଧିକାରୀ ଆସିବା ବା କେନାଲର ସ୍ଥିତି ପରଖିବା କେହି କେବେ ଦେଖି ନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

- Advertisement -

ଜୁଲାଇ ମାସ ଶେଷ ହେବାକୁ ବସିଥିବା ବେଳେ ଆଜି ପର୍ଯ୍ୟନ୍ତ କେନାଲ ସଫା ହୋଇ ପାରିଲା ନାହିଁ।  ଆଠଗଡ଼ ବ୍ଲକର ଯୋରନ୍ଦା ଓ ତରଡିଙ୍ଗ ପଞ୍ଚାୟତର ଶହ ଶହ ଚାଷୀ ଏହି କେନାଲ ଉପରେ ନିର୍ଭରଶୀଳ। ଅନ୍ୟପକ୍ଷରେ ଗୋଡିଝରିଆସ୍ଥିତ ସାପୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧିନରେ ଥିବା ଗୁଡୁପଡା, ଶଙ୍କରପୁର, ସମସରପୁର, କୋରଙ୍ଗା, ସଠିଲୋ ଏବଂ ଲକ୍ଷ୍ମୀ ବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧିନରେ ଥିବା ତରସିଂହ, ଦୋରଡ, ଈଶ୍ଵରା, ଗୋପିନାଥପୁର ଆଦି କ୍ଷୁଦ୍ର ଜଳସେଚନ ଏରିଆ ଗୁଡ଼ିକୁ ରେଙ୍ଗାଲି ଦକ୍ଷିଣ କେନାଲ ଅଧୀନକୁ ଯିବା ଦିନଠାରୁ ଏହି ସମସ୍ୟା ଦ୍ଵିଗୁଣିତ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଞ୍ଚଳ ଚାଷୀମାନଙ୍କର ଏକ ପ୍ରତିନିଧିଦଳ ଗୁରୁବାର ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ଭେଟି କେନାଲ ସଫା ହେଉ ନଥିବା ଯୋଗୁଁ ଜଳସେଚନ ସୁବିଧା ପାଇପାରୁନଥିବା ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories