www.samajalive.in
Sunday, December 7, 2025
26.1 C
Bhubaneswar

ମହାନତା: ରାସ୍ତା ସଫେଇ କରୁଛନ୍ତି ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇପିଏସ୍‌ ଇନ୍ଦ୍ରଜିତ୍ ସିଂହ ସିଧୁ (୮୮) ଚଣ୍ଡିଗଡରେ ରାସ୍ତାରୁ ଅଳିଆ ସଫା କରୁଥିବାର ଏକ ଭିଡିଓକୁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଇନ୍ଦ୍ରଜିତ୍ ସେକ୍ଟର ୪୯ ଅଞ୍ଚଳରେ ରାସ୍ତାରୁ ଅଳିଆ ଉଠାଇ ଠେଲା ଗାଡିରେ ଜମା କରୁଛନ୍ତି। ୧୯୬୪ ବ୍ୟାଚ୍‌ର ଆଇପିଏସ୍‌ ସକାଳ ୬ଟାରୁ ଏହି ସଫେଇ କାମ ଆରମ୍ଭ କରନ୍ତି। ନିଜର ଏପରି ମହାନ କାର୍ଯ୍ୟ ପାଇଁ ସେ କୌଣସି ପ୍ରକାର ବାହାଦୁରି ନେବାକୁ ଚାହାନ୍ତି ନାହିଁ। ଇନ୍ଦ୍ରଜିତଙ୍କ ସଫେଇ କାର୍ଯ୍ୟର ଭିଡିଓକୁ ସେୟାର କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ ସମାଜସେବା କରିବାର କୌଣସି ବୟସ ନାହିଁ। ନିଜର ବୟସାଧିକ ସତ୍ତ୍ବେ ସେ ତାଙ୍କ ଉଦ୍ଦେଶ୍ୟରୁ ଓହରି ଯାଇ ନାହାନ୍ତି। ଏ ସମ୍ପର୍କରେ ଇନ୍ଦ୍ରଜିତ୍ କହିଛନ୍ତି ଯେ ମୁଁ ପରିଷ୍କାର ସ୍ଥାନରେ ରହିବାକୁ ଚାହେଁ। ତେଣୁ ମୁଁ ସବୁ ସ୍ଥାନକୁ ପରିଷ୍କାର ରଖିବାକୁ ଚେଷ୍ଟା କରେ। ବିଦେଶରେ ରାସ୍ତାଘାଟ ସବୁ ପରିଷ୍କାର; ମାତ୍ର ଭାରତରେ ତାହା ଦେଖିବାକୁ ମିଳେ ନାହିଁ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories