www.samajalive.in
Sunday, December 7, 2025
26.1 C
Bhubaneswar

ପୁଲୱାମା ଆକ୍ରମଣରେ ବ୍ୟବହୃତ କାର ୨୦୧୦ ମସିହାର, ନୂଆ ରଙ୍ଗ ହୋଇଥିଲା

ନୂଆଦିଲ୍ଲୀ: ପୁଲୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ବ୍ୟବହୃତ କାର ୨୦୧୦-୧୧ ମସିହାରେ କିଣାଯାଇଥିଲା। ଏହା ଏକ ମାରୁତି ଇକୋ କାର୍‌ ଥିଲା। କିଛି ଦିନ ପୂର୍ବରୁ କାରଟି ନୂଆ ରଙ୍ଗ ହୋଇଥିଲା। ଆକ୍ରମଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ହାତରେ ଏଭଳି କିଛି ତଥ୍ୟ ଲାଗିଛି। କିନ୍ତୁ କାରଟି କାହା ମାଲିକାନାରେ ରହିଥିଲା ସେନେଇ କୌଣସି ତଥ୍ୟ ମିଳିନାହିଁ।

ତଦନ୍ତକାରୀ ଟିମ୍‌ ଗତ ଶୁକ୍ରବାର ପୁଣି ଥରେ ଘଟଣାସ୍ଥଳରେ ଯାଞ୍ଚ କରିଥିଲେ। ସେଠାରୁ କିଛି ଅଧିକ ନମୁନା ସଂଗ୍ରହ କରିଛନ୍ତି। ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳରୁ ୧୫୦ରୁ ୨୦୦ ମିଟର ଦୂରରେ ଥିବା ଜନବସତି ଅଞ୍ଚଳରେ ଭଗ୍ନାଂଶଗୁଡ଼ିକ ପଡ଼ିଥିବା ତଦନ୍ତକାରୀ ଟିମ୍‌ ଦେଖିବାକୁ ପାଇଛନ୍ତି। କାରଟିର କିଛି ନୂଆ ଅଂଶକୁ ଟିମ୍‌ ସଂଗ୍ରହ କରିଛି। ପୂର୍ବରୁ ଯେଉଁ ଭଗ୍ନାଂଶ ଜବତ କରାଯାଇଥିଲା ସେଗୁଡ଼ିକ ସହିତ ଏହାକୁ  ପରୀକ୍ଷା କରାଯାଉଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories