ନୂଆଦିଲ୍ଲୀ : ତିରୁପତିର ପ୍ରଭୁ ଭେଙ୍କଟେଶ୍ବର ବାଲାଜୀଙ୍କ ମନ୍ଦିରରେ ପୂଜା ଓ ଭୋଗ ପାଇଁ କେବଳ ଦେଶୀ ଗାଈ କ୍ଷୀର ବ୍ୟବହାର କରିବାକୁ ଆବଶ୍ୟକ ନିର୍ଦେଶ ଦେବାକୁ ଦାବି କରି ଦାୟର ଏକ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଏମଏମ୍ ସୁନ୍ଦରେଶ ଓ ବିଚାରପତି ଏନ୍ କୋଟୀଶ୍ବର ସିଂହଙ୍କୁ ନେଇ ଗଠିତ ପୀଠ ଆବେଦନକାରୀଙ୍କୁ ଆବେଦନ ପ୍ରତ୍ୟାହାର କରିନେବା ପୂର୍ବକ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି। ଶୁଣାଣି ସମୟରେ ବିଚାରପତି ସୁନ୍ଦରେଶ କହିଥିଲେ ଯେ ଗାଈ ମାନେ ଗାଈ। ଭଗବାନକୁ ପ୍ରକୃତ ପ୍ରେମ ହେଉଛି ତାଙ୍କ ଦ୍ବାରା ସୃଷ୍ଟି ଜୀବଜଗତର ସେବା କରିବା। ଏଥିରେ କୌଣସି ତାରତମ୍ୟ ଦେଖାଯିବା ଉଚିତ୍ ନୁହେଁ। ଜୀବଜନ୍ତୁଙ୍କ ମଧ୍ୟରେ ଏପରି ପାର୍ଥକ୍ୟ ଦେଖିବା ପରିବର୍ତ୍ତେ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି।
Popular Categories



