www.samajalive.in
Sunday, December 7, 2025
23.1 C
Bhubaneswar

ନଭେମ୍ବର ୧ରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ, କେବଳ ପଞ୍ଜିକୃତ ଚାଷୀଙ୍କ ଠାରୁ ହେବ ଧାନ ସଂଗ୍ରହ

ଚଳିତ ଖରିଫ ଋତୁ ପାଇଁ ଆସନ୍ତା ନଭେମ୍ବର ଏକ ତାରିଖରୁ ଆରମ୍ଭ ହେବ ଧାନ କିଣା । ଖରିଫ ବିପଣନ ବର୍ଷ ବା ଧାନ ସଂଗ୍ରହ ବର୍ଷ ୨୦୨୫-୨୬ ପାଇଁ ଧାନ କ୍ରୟ ଆସନ୍ତା ନଭେମ୍ବର ଏକ ୨୦୨୫ରୁ ଆରମ୍ଭ ହେବ । ଧାନ କିଣା ନଭେମ୍ବର ଏକ ତାରିଖରୁ ଏହା ଆରମ୍ଭ ହୋଇ ମାର୍ଚ୍ଚ ୩୧, ୨୦୨୬ ଯାଏଁ ଚାଲିବ l ଏନେଇ ଯୋଗାଣ ବିଭାଗ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେବଳ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ l ଏଥି ପାଇଁ ଚାଷୀମାନେ ନିକଟସ୍ଥ ଅନୁମୋଦିତ ପାକ୍ସ, ଲାମ୍ପସ୍, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତମାନଙ୍କ ଜରିଆରେ ଆଗୁଆ ପଞ୍ଜିକରଣ କରିପାରିବେ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓଡ଼ିଶାର ଚାଷୀଙ୍କୁ ନିମ୍ନ ଲିଖିତ ଦିଗ ଉପରେ ଗୁରୁତ୍ବାରୋପ କରିବାକୁ ପରାମର୍ଶ ଦେଇଛନ୍ତି ।

  • ଚଳିତ ଖରିଫ ଋତୁରେ ସମସ୍ତ ଚାଷୀଙ୍କ ପଞ୍ଜିକରଣ ନୂତନ ଭାବେ ହେବ । ଚାଷୀ ଏବଂ ଭାଗଚାଷୀଙ୍କ ଆଧାର e-KYC ମାଧ୍ୟମରେ ଚାଷୀ ପଞ୍ଜିକରଣ କରାଯିବ ।
  • ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ହେବ ଏକ ମାତ୍ର ପରିଚୟ ପତ୍ର l ଧାନ ବିକ୍ରୟ ସମୟରେ ‘ଆଧାର’ ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟୀକରଣ (e-KYC) ପ୍ରକ୍ରିୟା ଅବଲମ୍ବନ କରାଯିବ l
  • ଭାଗଚାଷୀ ମାନଙ୍କ ପାଇଁ ଜମି ମାଲିକଙ୍କ ସହମତି ପତ୍ର ଏବଂ ମୃତ କିମ୍ବା ଯୁଗ୍ମ ପଟ୍ଟା କ୍ଷେତ୍ରରେ ଖାତାଦାରଙ୍କ ସହମତି ପତ୍ରକୁ P-PASରେ ଅପଲୋଡ କରିବାକୁ ପଡିବ ।
  • ପଞ୍ଜିକୃତ ଚାଷୀଙ୍କୁ, ଚାଷୀ ପଞ୍ଜିକରଣର ପ୍ରାପ୍ତି ସ୍ବୀକାର ପତ୍ର ପ୍ରଦାନ କରାଯିବାର ବ୍ୟବସ୍ତା କରାଯାଇଛି |
  • ଆଧାର e -KYC ହୋଇଥିବା ବ୍ୟାଙ୍କ ଖାତା ଜରିଆରେ ଧାନ ବିକ୍ରୟରେ ପ୍ରାପ୍ୟ ପ୍ରଦାନ କରାଯିବ |
  • କ୍ରୟକାରୀ ସମିତି (ପ୍ୟାକ୍ସ/ଲ୍ୟାମ୍ପ୍ସ/ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ପାଣି ପଞ୍ଚାୟତ)ମାନେ ଅଧିକରୁ ଅଧିକ ପ୍ରକୃତ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଏବଂ ଭାଗଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଇବେ l
  • ସରକାର ପ୍ରକୃତ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଏବଂ ଭାଗଚାଷୀଙ୍କ ଉତ୍ପାଦିତ ଧାନର କ୍ରୟ ଉପରେ ଗୁରୁତ୍ୱ ଦେଉଛନ୍ତି ।

 

- Advertisement -

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories