www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରାଣ ନେଲା ଏମଆରଆଇ ମେସିନ୍‌

ସମାଜ ଡିଜିଟାଲ ଡେସ୍କ: ଜୀବନ ବଞ୍ଚାଇବା ପାଇଁ ଯାଇଥିଲେ, ହେଲେ ଏମଆରଆଇ ଡାଇଗ୍ନୋସିସ୍ ତାଙ୍କ ପ୍ରାଣ ନେଇଗଲା। ଏକ ମେଟାଲ୍‌ ଚେନ୍‌ ପିନ୍ଧି ଏମଆରଆଇ ରୁମ୍‌ ଭିତରକୁ ଯିବା ଜଣେ ବ୍ୟକ୍ତିଙ୍କ ପାଇଁ କାଳ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଆମେରିକାର ଓ୍ୱେଷ୍ଟବରୀର ନାସାଉର ଏକ ଓପନ ଏମଆରଆଇ ସେଣ୍ଟରରେ ଘଟିଛି ଏହି ଘଟଣା।

ଖବର ମୁତାବକ, ୬୧ ବର୍ଷିୟ କିଥ୍ ମ୍ୟାକଏଲିଷ୍ଟର ନିଜ ଆଣ୍ଠୁର ଏମଆରଆଇ କରାଇବାକୁ ସମ୍ପୃକ୍ତ ସେଣ୍ଟରକୁ ଯାଇଥିଲେ। ମାତ୍ର ପିନ୍ଧିଥିବା ମେଟାଲ୍ ଚେନ୍ କାରଣରୁ ତାଙ୍କୁ ପ୍ରାଣ ହରାଇପାକୁ ପଡ଼ିଛି। କିଥ୍ ପାଖାପାଖି ୨୦ ପାଉଣ୍ଡ ଓଜନର ଏକ ଚେନ୍ ପିନ୍ଧିଥିଲେ। ମେସିନର ଚୁମ୍ୱକୀୟ ଶକ୍ତି ସେହି କାରଣରୁ କିଥଙ୍କୁ ନିଜ ଭିତରକୁ ଟାଣି ନେଇଥିଲା। ସତେ ଯେମିତି ଏମଆରଆଇ ମେସିନ୍‌ ତାଙ୍କୁ ଗିଳି ଦେଉଛି। ମେସିନ୍‌ ଭିତରେ ଫସି ବାରମ୍ୱାର ଆଘାତ ଫଳରେ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ। ଏହାପରେ ହୃଦଘାତ ଯୋଗୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଟେକ୍ନିସିଆନଙ୍କ ଅବହେଳା କାରଣରୁ ଏଭଳି ଘଟିଥିବା ଅଭିଯୋଗ କରିଛନ୍ତି କିଥ୍‌ଙ୍କ ପତ୍ନୀ ଏଡ୍ରିଏନ ଜୋନ୍ସ-ମ୍ୟାକଏଲିଷ୍ଟର।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories