www.samajalive.in
Monday, December 8, 2025
14.1 C
Bhubaneswar

ବିଜେପି-ବିଜେଡି କର୍ମୀ ମୁହାଁମୁହିଁ, ନିଷିଦ୍ଧାଞ୍ଚଳ ଘୋଷଣା ହେଲା ଭୁବନେଶ୍ୱର ଏମସ

ଏମ୍ସରେ ଲାଗିଲା ୧୬୩ ଧାରା, ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ଫୋର୍ସ ମୁତୟନ

ଖଣ୍ଡଗିରି: ବଳଙ୍ଗା ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ନାବାଳିକା ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡି ମାରିବାକୁ ଉଦ୍ୟମ କରିବା ପରେ ପୀଡିତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ପିଡିତାଙ୍କୁ ଏମ୍ସ ବର୍ଣ୍ଣ ୟୁନିଟରେ ଚିକିତ୍ସା କରାଯାଉଛି।

ତେବେ ପୀଡିତ ଓ ତାଙ୍କ ପରିବାରକୁ ଭେଟିବା ପାଇଁ ଏମସରେ ବିଭିନ୍ନ ରାଜନୈତିକ ଦଳର ବିଧାୟକ, ସାଂସଦ ସହ ବହୁ ରାଜନେତାଙ୍କ ଭିଡ ଜମିଥିଲା। ଡାକ୍ତରଖାନାରେ ରୋଗୀ ମାନଙ୍କ ଚିକିତ୍ସା ହେଉଥିବାରୁ ଓ ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ଶନିବାର ସକାଳେ ଏମ୍ସ କର୍ତୃପକ୍ଷ ଭିଡ ନ କରିବାକୁ ନୋଟିସ ଜାରି କରିଥିଲେ। କିନ୍ତୁ ଭିଡ କମିବା ପରିବର୍ତ୍ତେ ବେଳକୁ ବେଳ ଭିଡ ବଢିଥିଲା। ସନ୍ଧ୍ୟା ପରଠାରୁ ଏମ୍ସ ପରିସରରେ ବିଜେପି ଓ ବିଜେଡି ସହ ସବୁ ରାଜନୈତିକ ଦଳର ନେତା ମାନେ ଭିଡ ବଢାଇଥିଲେ। ବିଜେଡ଼ି ନେତା ପ୍ରଦିପ ମାଝି, ଡଃ ଲେଖାଶ୍ରୀ ସାମନ୍ତସିଂହାର, ଇପ୍ସିତା ସାହୁଙ୍କ ସହ ଅନେକ ନେତା ଓ କର୍ମୀ ଧାରଣାରେ ବସିଥିଲେ। ସରକାର ବିରୋଧି ନାରବାଜି ମଧ୍ୟ କରିଥିଲେ। ଅନୁରୁପ ଭାବେ ବିଜେପି ନେତା ଓ କର୍ମୀମାନେ ଗତ ୨୪ ବର୍ଷର ବିଜେଡି ସରକାର ସମୟରେ ହୋଇଥିବା ବିଭିନ୍ନ ଘଟଣାକୁ ନେଇ ଗତ ସରକାର ବିରୋଧରେ ମଧ୍ୟ ନାରାବାଜି କରିଥିଲେ । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମ୍ସ ପରିସରରେ ଏକ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା।

- Advertisement -

ଏଭଳି ପରିସ୍ଥିତି ଏଡ଼ାଇବା ପାଇଁ କମିସନରେଟ ପୁଲିସ ଏମ୍ସ ପରିସରରେ ୧୬୩ ଧାରା ଜାରି କରିଛନ୍ତି। ୧୦ରୁ ଅଧିକ ବିଜେଡି କର୍ମକର୍ତ୍ତାଙ୍କୁ ପୁଲିସ ହେପାଜତକୁ ନେଇଛି। ଏମ୍ସ ପରିସର ତଥା ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏମ୍ସ ପରିସରକୁ ଖାଲି କରିବା ପାଇଁ ପୁଲିସ ନିର୍ଦ୍ଦେଶ ଦେଇଛି। ସୁରକ୍ଷାକୁ ଆଖି ଆଗରେ ରଖି ୩ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ଅନ୍ୟ ପକ୍ଷରେ ରୋଗୀମାନଙ୍କ ସୁରକ୍ଷା ପାଇଁ ଏମ୍ସ ପରିସରରେ ବିକ୍ଷୋଭ, ନାରବାଜିକୁ ପୁଲିସ ବାରଣ କରିଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories