www.samajalive.in
Sunday, December 7, 2025
26.1 C
Bhubaneswar

ଥରେ ପ୍ରସ୍ତୁତ କରନ୍ତୁ ଏମିତି ସ୍ୱାଦିଷ୍ଟ ପରଟା

ଆବଶ୍ୟକ ସାମଗ୍ରୀ :
ଅଟା – ୨କପ
ଲୁଣ – ସ୍ବାଦାନୁଯାୟୀ
ପାଣି – ଆବଶ୍ୟକ ଅନୁଯାୟୀ
ଘିଅ – ଆବଶ୍ୟକ ଅନୁଯାୟୀ
ବାଦାମ ଗୁଣ୍ଡ – ୧ଚାମଚ
ଗୁଜୁରାତି ଗୁଣ୍ଡ – ୧ଚାମଚ
ଗୁଡ – ୧ କପ
ଲହୁଣୀ – ଅଧ କପ
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଏକ ପାତ୍ରରେ ଅଟା, ଲୁଣ, ଦୁଇ ଚାମଚ ଘିଅ ପକାଇ ଭଲ ଭାବେ ମିଶାଇ କିଛି ସମୟ ରଖି ଦିଅନ୍ତୁ। ତାପରେ ସେଥିରେ ପାଣି ଦେଇ ଚକଟି ଦିଅନ୍ତୁ। ଅଟା ଚକଟି ୧୫ମିନିଟ ଘୋଡାଇ ରଖନ୍ତୁ। ପୂର ପ୍ରସ୍ତୁତ କରିବା ପାଇଁ ଗୋଟିଏ ପାତ୍ରରେ ବାଦାମ ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ ଗୁଡକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଅଟାକୁ ନେଇ ଗୁଳା କରନ୍ତୁ। ତାପରେ ବେଲି ଦିଅନ୍ତୁ। ସେଥିରେ ଗୁଡର ମିଶ୍ରଣ ଭର୍ତ୍ତି କରି ଭଲ ଭାବେ ଚାରି ପଟୁ ମୋଡି ପୁଣି ବେଲନ୍ତୁ। ଅଳ୍ପ ତେଲ ଦେଇ ଏହି ପରଟାକୁ ବେଲିବା ଉଚିତ। ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ। ତାୱା ଗରମ ହୋଇଗଲା ପ​‌ରେ ସେଥିରେ ବେଲିଥିବା ପରଟାକୁ ପକାଇ ଅଳ୍ପ ତେଲ ଦେଇ ସେକନ୍ତୁ। ଉଭୟ ପାର୍ଶ୍ବ ଭଲ ଭାବେ ସେକି ହୋଇଗଲା ପରେ ତାହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗୁଡ ପରଟା। ଏହାକୁ ଲହୁଣି ସହ ଖାଇ ପାରିବେ।

ବାସ୍‌ ଆଉ ଗୋଟିଏ ଦିନ: ଏହି ରାଶିଙ୍କୁ ଶୁକ୍ର କରିବେ ଧନୀ, ମିଳିବ ଚାକିରି, ବଢିବ ଦରମା, ହେବ ବିବାହ ପୁଣି କିଣିବେ ଘର,ଗାଡି..

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories