ନୂଆଦିଲ୍ଲୀ: ଅହମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବୋଇଙ୍ଗ ୭୮୭ ଦୁର୍ଘଟଣା ଉପରେ ଅାମେରିକାର ପ୍ରକାଶନ ସଂସ୍ଥା ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ (ଡବ୍ଲ୍ୟୁଏସ୍ଜେ) ଏହାର ରିପୋର୍ଟ ପ୍ରକାଶ କରିଛି। ଡବ୍ଲ୍ୟୁଏସ୍ଜେ ଏହାର ରିପୋର୍ଟରେ ବିମାନ ଦୁର୍ଘଟଣା ପାଇଁ ପାଇଲଟ୍ଙ୍କୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛି। ବ୍ଲାକ୍ ବକ୍ସରେ କକ୍ପିଟ୍ ଭଏସ୍ ରେକର୍ଡିଂକୁ ଆଧାର କରି ଡବ୍ଲ୍ୟୁଏସ୍ଜେ ଉଲ୍ଲେଖ କରିଛି ଯେ ବିମାନର ଜଣେ ପାଇଲଟ୍ ଇଞ୍ଜିନକୁ ଇନ୍ଧନ ଯୋଗାଣ ସୁଇଚ୍ ବନ୍ଦ କରିଦେବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କକ୍ପିଟ୍ ଭଏସ୍ ରେକର୍ଡ ଅନୁଯାୟୀ ବିମାନ ଦୁର୍ଘଟଣା ପୂର୍ବରୁ ଦୁଇ ପାଇଲଟ୍ ଇନ୍ଧନ ସୁଇଚ୍ ବନ୍ଦ ହେବା ସମ୍ପର୍କରେ କଥାବାର୍ତ୍ତା ହୋଇଥିଲେ। ବିମାନର ପାଇଲଟ୍ ଦୁଇ ଇଞ୍ଜିନକୁ ଇନ୍ଧନ ଯୋଗାଣ କରିଥିବା ସୁଇଚ୍କୁ ବନ୍ଦ କରିଦେଇଥିବା ରିପୋର୍ଟରେ ଲେଖାଯାଇଛି। ଭାରତର ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି) ମଧ୍ୟ ଏହାର ପ୍ରାଥମିକ ରିପୋର୍ଟରେ କହିଛି ଯେ ବିମାନର ଦୁଇ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯିବାରୁ ବିମାନଟି ଟେକ୍ଅପ୍ କରିପାରି ନଥିଲା। ଫଳରେ ଏହାର ତଳକୁ ଖସିପଡି ଜଳି ଯାଇଥିଲା। ମେ ୧୨ ତାରିଖରେ ହୋଇଥିବା ଏହି ଦୁର୍ଘଟଣାରେ ୨୭୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରୁ ୨୪୨ଜଣ ହେଉଛନ୍ତି ବିମାନର ଯାତ୍ରୀ ଓ କର୍ମଚାରୀ।
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ଡବ୍ଲ୍ୟୁଏସ୍ଜେ ଯେଉଁ ରିପୋର୍ଟ ପ୍ରକାଶ କରିଛି ତାକୁ ଫେଡେରେସନ ଅଫ୍ ଇଣ୍ଡିଆନ୍ ପାଇଲଟ୍ (ଏଫ୍ଆଇପି) ବିରୋଧ କରିଛି। ଏଫ୍ଆଇପିର ସଭାପତି ସିଏସ୍ ରାନ୍ଧୱା କହିଛନ୍ତି ଯେ ଡବ୍ଲ୍ୟୁଏସ୍ଜେର ଏହି ରିପୋର୍ଟକୁ ଆମେ ବିରୋଧ କରୁଛୁ। ଡବ୍ଲ୍ୟୁଏସ୍ଜେ ପାଇଲଟମାନଙ୍କୁ ହତାସ କରିବାକୁ ଚାହଁୁଛି। ବିନା କୌଣସି ତଦନ୍ତରେ ଦୁର୍ଘଟଣା ପାଇଁ ପାଇଲଟଙ୍କୁ ଦାୟୀ କରାଯିବା ଠିକ୍ ନୁହେଁ। ଏଥିପାଇଁ ଡବ୍ଲ୍ୟୁଏସ୍ଜେ ବିରୋଧରେ ନ୍ୟାୟିକ ପଦକ୍ଷେପ ନେବାକୁ ଏଫଆଇପି ଧମକ ଦେଇଛି। ଏଫଆଇପି ଅଧୀନରେ ପ୍ରାୟ ୫୫୦୦ ପାଇଲଟ୍ ସଦସ୍ୟ ଅଛନ୍ତି।
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା; ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟକୁ ପାଇଲଟ୍ ସଂଘର ବିରୋଧ
Popular Categories



