www.samajalive.in
Tuesday, December 9, 2025
19.1 C
Bhubaneswar

ନିମ୍ନମାନର ରାସ୍ତା କାମ, ଅଭିଯୋଗ କଲେ ଧମକ ଦେଉଛି ଠିକାଦାର

ଫୁଲବାଣୀ: ପିଚୁ ପଡ଼ିବାର ୩ମାସ ନ ପୁରୁଣୁ ରାସ୍ତା ଉପରୁ ଖଣ୍ଡଖଣ୍ଡ ହୋଇ ଉଠିଯାଉଛି ପିଚୁ। କାମଟି ଏତେ ନିମ୍ନ ମାନର ହୋଇଛି ଯେ ହାତରେ ଘଷିଦେଲେ ରାସ୍ତା ଉପରେ ପଡ଼ିଥିବା ପିଚୁ ସହ ଉଠିଯାଉଛି ଗୋଡି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଂଚଳବାସୀ। ପ୍ରତିବାଦ କଲେ ଗ୍ରାମବାସୀଙ୍କୁ ମିଳୁଛି ଠିକାଦାରଙ୍କ ଧମକ। ତେବେ ଏଭଳି ଏକ ନିମ୍ନ ମାନର ରାସ୍ତା କାମ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ମିଣିଆ ପଞ୍ଚାୟତ ଅଂଚଳରେ।

ଫୁଲବାଣୀ ବ୍ଲକ ଅଧୀନରେ ଥିବା ମିଣିଆ ପଞ୍ଚାୟତର ଗଣ୍ଡପଦର ଛକ ଠାରୁ କଙ୍ଗାନି ନାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ସଂଯୋଗ କରୁଥିବା ରାସ୍ତାକୁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ ପକ୍ଷରୁ ପ୍ରାୟ ୧୨ଶହ ମିଟର ପକ୍କା ରାସ୍ତା ନିର୍ମାଣ କରାଯାଇଛି। ପୂର୍ବରୁ ଥିବା ମେଟାଲ ରାସ୍ତା ଭଲ ଥିଲା କିନ୍ତୁ ଏବେ ନୂତନ ଭାବେ ନିର୍ମାଣ ହୋଇଥିବା କପେକ୍ସ ରୋଡ଼ କାମଟି ଅତି ନିମ୍ନ ମାନର ହେଇଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି। ରାସ୍ତାରେ ପିଚୁ ପଡଛି ସତ କିନ୍ତୁ ପିଚୁ ପଡ଼ିବାର ମାତ୍ର କେଇ ମାସ ଭିତରେ ପିଚୁ ସବୁ ଆପେ ଉଠିଯାଉଛି ଏବଂ ଖାଲ ଖମା ହେଉଛି। ଯାହାପାଇଁ ରାସ୍ତାର ସ୍ଥାୟୀତ୍ୱ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେପଟେ ନିମ୍ନ ମାନର ରାସ୍ତା କାମ ପାଇଁ ଗଣ୍ଡ ପଦର ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏହି ରାସ୍ତା କାମର ତଦନ୍ତ କରାଯାଇ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଣ୍ଡପଦର ଗ୍ରାମର ଆମୋଶ ଦିଗାଲ, ରମେଶ ଚନ୍ଦ୍ର ମଲ୍ଲିକ, ବନବାସୀ ଦିଗାଲ,ଏଲିସେବା ଦିଗାଲ, ନମିତା ନାଏକଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories