ନୂଆଦିଲ୍ଲୀ : ଟିଭିଏସ୍ ମୋଟର କମ୍ପାନୀ ଭାରତରେ ନୂଆ ଆପାଚେ ଆରଟିଆର୍ ୩୧୦କୁ ଲଞ୍ଚ୍ କରିଦେଇଛି । ଏହି ଦମଦାର ସ୍ପୋର୍ଟ୍ସ ବାଇକର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ୨.୪୦ ଲକ୍ଷ ଟଙ୍କା ରଖାଯାଇଛି । ଏଥିରେ ୩୧୨ ସିସି ଲିକ୍ବିଡ୍-କୁଲ୍ଡ ଇଞ୍ଜିନ୍ ମିଳିଥାଏ ଯାହା ୩୫.୬ ବିଏଚପିର ପାଓ୍ବର ଓ ୨୮.୭ ଏନଏମର ଟର୍କ ଉତ୍ପନ କରିବାରେ ସକ୍ଷମ । ଏଥିରେ ଡ୍ରାଗ୍ ଟର୍କ କଣ୍ଟ୍ରୋଲ ଓ ସ୍ଲିପର କ୍ଲଚ୍ ଭଳି ଫିଚର ଦିଆଯାଇଛି । ଏଥିରେ ଉତ୍ତମ ଡାଉନସିଫ୍ଟିଂ ଅନୁଭୂତି ମିଳିଥାଏ । ଏଥିରେ ଥ୍ରଟଲ୍ ରେସପନ୍ସ ଏବେ ଅଧିକ ସ୍ମୁଥ୍ ଓ ଗିୟରିଂ ଅନୁସାରେ ହୋଇଯାଇଛି । ଏଥିରେ କ୍ରୁଜ୍ କଣ୍ଟ୍ରୋଲ ଓ ଟ୍ରାକ୍ସନ ବେସ୍ ଭାରିଆଣ୍ଟ ଉପଲବ୍ଧ ହେବ ।
ଏଥିରେ ରିଫାଇନ୍ଡ ଇଞ୍ଜିନ୍ ଓ ସ୍ଲିକ୍ ଗିୟରିଂ ମିଳିଥାଏ । ଟେକ୍ନୋଲୋଜି ଏଡିକ୍ଟ୍ସ ପାଇଁ କଷ୍ଟମାଇଜେସନ ଓ ସ୍ମାର୍ଟ ଫିଚର୍ସ ମିଳିଥାଏ । ଏଥିରେ ଷ୍ଟାଇଲ ପାଇଁ ସମସ୍ତ ଦିଗରୁ ଧ୍ୟାନ ଦିଆଯାଇଛି । ବାଇକରେ ସ୍ପୋର୍ଟି ଗ୍ରାଫିକ୍ସ ମିଳିଥାଏ । ଟିଭିଏସ୍ ଆପାଚେ ଆରଟିଆର୍ ୩୧୦ ନିଜ ଦମଦାର ପ୍ରଦର୍ଶନ, ଫିଚର୍ ଓ ଷ୍ଟାଇଲିସ୍ ଡିଜାଇନ୍ ଯୋଗୁଁ ଏକ ଦମଦାର ବିକଳ୍ପ ହୋଇ ବଜାରରେ ଉଭା ହୋଇଛି । ଯଦି ଆପଣ ଏକ ନୂଆ ପାଓ୍ବରଫୁଲ୍ ଓ ହାଇ-ଟେକ୍ ସ୍ପୋର୍ଟ୍ସ ବାଇକର ସନ୍ଧାନ କରୁଛନ୍ତି ତେବେ ଆପଣ ଏହାକୁ କ୍ରୟ କରିପାରିବେ ।



