www.samajalive.in
Monday, December 8, 2025
16.1 C
Bhubaneswar

ରଣପୁର ଏନଏସି ଦୁରାବସ୍ଥା; ଜୀବନ, ପାଣି କାଦୁଅ, ମଶା ମାଛିରେ କଲବଲ

ରଣପୁରଗଡ : ବିଜ୍ଞାପିତ ଅଞ୍ଚଳ ଘୋଷଣା ହେବା ପରେ ମଧ୍ୟ ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳରେ ଅଞ୍ଚଳବାସୀ  ପାଣି କାଦୁଅ ରାସ୍ତା ସାଙ୍ଗକୁ ମଶା ମାଛି ଦ୍ୱାରା କଲବଲ ହେଉଥିବା ଅଭିଯୋଗ ହେଉଛି। ବିଜ୍ଞାପିତ ଅଞ୍ଚଳ ଘୋଷଣାକୁ ଦଶବର୍ଷ ୧୦ ବର୍ଷ ପୂରିବା ପରେ ମଧ୍ୟ ଦୁଇ ନମ୍ୱର ୱାର୍ଡ ଅନ୍ତର୍ଗତ ଚମ୍ପତିପୁର ରାସ୍ତା ପାଣି କାଦୁଅରେ ପଚପଚ। ସ୍କୁଲ ଛାତ୍ରଛାତ୍ରୀ, ବୣଦ୍ଧ ଓ ବୣଦ୍ଧାଙ୍କ ଅବସ୍ଥା କହିଲେ ନସରେ। ଡ୍ରେନରେ ମଶା ତେଲ ଓ ଧୂଆଁ ନଦେବା ଯେ।ଗୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସାଧାରଣ ଲୋକେ ଜ୍ୱର, ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି କୁହନ୍ତି ଦୁଇ ନମ୍ବର ୱାର୍ଡ ଚମ୍ପତିପୁର ନିକଟ ସାହି ରାସ୍ତା ପାଇଁ ମାପଚୁପ ସରିଛି। ଯନ୍ତ୍ରୀଙ୍କ ବଦଳି ଯୋଗୁଁ ଟେଣ୍ଡର ହୋଇପାରିନାହି। ଖୁବଶୀଘ୍ର ଟେଣ୍ଡର ହେବ। କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର କୁହନ୍ତି ମଶାତେଲ ଅଛି କିନ୍ତୁ ଧୂଆଁ ମେସିନ ନାହିଁ। ସମସ୍ୟା ନେଇ ଜନସାଧାରଣ ଚିନ୍ତାରେ।

ବାସ୍‌ ୨୩ ଜୁଲାଇକୁ ଅପେକ୍ଷା ; ୧୦୦ ବର୍ଷ ପରେ ଗଜକେସରୀ ଯୋଗ, ଏହି ରାଶିଙ୍କୁ କୋଟିପତି କରିବେ ଶିବଶଙ୍କର, କିଣିବେ ଘର,ଜମି, ମିଳିବ ବଡ ସଫଳତା..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories