www.samajalive.in
Sunday, December 7, 2025
26.1 C
Bhubaneswar

ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: ପୁଲିସକୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ବର: ସୌମ୍ୟାଶ୍ରୀ ମୃତ୍ୟୁ ମାମଲାର ତଦନ୍ତ ଯେତିକି ବଢ଼ୁଛି; ସେତିକି ଅବହେଳା ସାମ୍‌ନାକୁ ଆସୁଛି। ସୌମ୍ୟାଶ୍ରୀ ଓ କଲେଜ ଅଧ୍ୟକ୍ଷ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରିନଥିଲା। କେବଳ ଦୁଇଥର ଷ୍ଟେସନ ଡାଏରୀ କରିଥିଲା। ମାମଲା ରୁଜୁ ନକରି ଥାନା ରେକର୍ଡ଼ରେ ଲିପିବଦ୍ଧ କରିଥିବାରୁ ସହଦେବଖୁଣ୍ଟା ଥାନା ପୁଲିସର ଭୂମିକା ସନ୍ଦେହ ଘେରକୁ ଆସିଛି। ଦୁଇଟି ଲେଖାଏଁ ଅଭିଯୋଗ ପରେ ମଧ୍ୟ ପୁଲିସ ଜେନେରାଲ ଡାଏରୀରେ ଲିପିବଦ୍ଧ କରି ତଦନ୍ତକୁ ସାରିଦେଇଥିଲା। ମାମଲା ରୁଜୁ କରି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ପରିବର୍ତ୍ତେ ଅବହେଳା କରିବା ସହ କଲେଜର ଆଭ୍ୟନ୍ତରୀଣ କମିଟି ଆଳରେ ଦୋଷ ଖସାଇ ଦେଇଥିଲା। କିନ୍ତୁ ମାମଲା ବଢ଼ିବା ପରେ ସହଦେବଖୁଣ୍ଟା ଥାନାଧିକାରୀ ଅକଳରେ ପଡ଼ିଛନ୍ତି। ସେପଟେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ପଶିବା ପରେ ପୁଲିସ ଅଧିକାରୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରିବ ବୋଲି ଜଣାପଡ଼ିଛି। ମୃତ ଛାତ୍ରୀଙ୍କ ଉପରେ ହୋଇଥିବା ନିର୍ଯାତନା ପ୍ରସଙ୍ଗକୁ ନେଇ ସେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିରଞ୍ଜନ ବେହେରା ଓ ସହଦେବଖୁଣ୍ଟା ଥାନାଧିକାରୀ ଅଜୟ କୁମାର ମୁର୍ମୁଙ୍କୁ ଜଣାଇଥିଲେ। ଶିକ୍ଷା ବିଭାଗୀୟ ମୁଖ୍ୟ ସମୀର ସାହୁ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା କଲେଜ ଅଧ୍ୟକ୍ଷ ଦିଲୀପ ଘୋଷ ସହଦେବଖୁଣ୍ଟା ଥାନାକୁ ଜଣାଇଥିଲେ ବୋଲି ଅଭିଯୋଗ ହୋଇଛି। ଅନୁରୂପ ଭାବେ ସ୍ବତନ୍ତ୍ର କମିଟି ଦ୍ବାରା ତଦନ୍ତ ପାଇଁ ଏବିଭିପି ଲିଖିତ ଭାବେ ଦାବି କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ୫ଦିନ ଭିତରେ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ଲାଗି ସୌମ୍ୟାଶ୍ରୀଙ୍କୁ କଲେଜ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ। ତେବେ ଆଇସିସି ତଦନ୍ତ ରିପୋର୍ଟକୁ ଅଧ୍ୟକ୍ଷ ଚାପି ଦେଇଥିଲେ। ଅନ୍ୟପକ୍ଷରେ ଫକୀର ମୋହନ କଲେଜରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖାଯାଇଥିଲା। କଲେଜ ଅଧ୍ୟକ୍ଷ ଡକରା ପାଇ ସେଠାକୁ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜଣେ ଇନ୍ସପେକ୍ଟର ଯାଇଥିଲେ। ଉକ୍ତ ବୈଠକରେ ଉପସ୍ଥିତ ଥିବା ପୀଡ଼ିତା ଓ ଅନ୍ୟ ପିଲାଙ୍କଠାରୁ ଫୋନ୍‌‌ ନମ୍ବର ସଂଗ୍ରହ କରାଯାଇଥିଲା। ଥାନାରେ ଅଭିଯୋଗ କରିବା ଲାଗି ପୀଡ଼ିତା ଓ ଅନ୍ୟମାନଙ୍କୁ ପଚରାଯାଇଥିଲା। ସେମାନେ ରିପୋର୍ଟ ଦେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ମନା କରିବା ସହ କଲେଜ ପ୍ରସଙ୍ଗ ହୋଇଥିବାରୁ ଆଗେ କଲେଜ ଅଧ୍ୟକ୍ଷଙ୍କୁ ଅଭି‌େ‌ଯାଗ କରୁଛି, ପରବର୍ତ୍ତୀ ସମୟରେ ଜଣାଇବୁ ବୋଲି କହିଥିଲେ। ଲିଖିତ ଭାବେ କିମ୍ବା ମୌଖିକ ଭାବେ ପୁଲିସକୁ ଜଣାଇ ନାହାନ୍ତି। ଉକ୍ତ ରିପୋର୍ଟର ଅଗ୍ରଗତି ବିଷୟରେ କଲେଜକୁ ତଥ୍ୟ ମଗାଯାଇଥିଲା, ସେମାନେ ଦେଇନଥିଲେ। ଜୁଲାଇ ୯ରେ କଲେଜ ଅଧ୍ୟକ୍ଷଙ୍କୁ ଆଇସିସି ରିପୋର୍ଟ ଦେଇଥିଲା, ସେ ଉକ୍ତ ରିପୋର୍ଟ ଚାପି ରଖିଥିଲେ। ପୁଲିସ ଯାହା ପଦକ୍ଷେପ ନେବା କଥା ନେଇଛି ବୋଲି ବାଲେଶ୍ବର ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ କହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories