www.samajalive.in
Sunday, December 7, 2025
16.1 C
Bhubaneswar

ଅଧ୍ୟାପକ, ଅଧ୍ୟକ୍ଷଙ୍କ ସୁରକ୍ଷା ପଛରେ ବିଧାୟକ !

ବାଲେଶ୍ବର: ବହୁଚର୍ଚ୍ଚିତ ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ଥାନାରେ ମାମଲା ନ କରିବା ପାଇଁ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ ପୁଲିସ ଉପରେ ଚାପ ପକାଇଥିବା ଚର୍ଚ୍ଚା ହେଉଛି। ଖୋଦ୍‌ ବିଧାୟକଙ୍କ ଘଟଣାକ୍ରମ ପଛରେ ସିଧାସଳଖ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ସାହୁଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ପୀଡ଼ିତା ଛାତ୍ରୀ କଲେଜ କର୍ତ୍ତୃପକ୍ଷ ଓ ସହଦେବଖୁଣ୍ଟା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମାମଲା ରୁଜୁ ପରିବର୍ତ୍ତେ ପୁଲିସ ଜୁଲାଇ ୧ରେ କ୍ୟାମ୍ପସକୁ ଆସି ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଫେରିଯାଇଥିଲା। ଅନ୍ତରୀଣ ଅଭିଯୋଗ କମିଟି ଦ୍ବାରା ତଦନ୍ତ କରାଯିବାର ପ୍ରତିଶ୍ରୁତି ଦେଇ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ଥାନାଧିକାରୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଫେରାଇ ଦେଇଥିଲେ। ମାତ୍ର ଏହାକୁ ନେଇ ୨ରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୁଲିସ ମାମଲା ରୁଜୁ କରିବା ଆଶଙ୍କାରେ ଅଭିଯୁକ୍ତ ଅଧ୍ୟାପକ, ଅଧ୍ୟକ୍ଷ ଓ ଅନ୍ତରୀଣ କମିଟିର ଜଣେ ସଦସ୍ୟା ବାଲେଶ୍ବର ବିଧାୟକଙ୍କ ଶରଣ ପଶିଥିଲେ। ମାମଲା ରୁଜୁ ହେଲେ ମହାବିଦ୍ୟାଳୟର ଭାବମୂର୍ତ୍ତି ଉପରେ ଆଞ୍ଚ ଆସିବ ବୋଲି ସେମାନେ ଦର୍ଶାଇଥିଲେ। ଅଧ୍ୟକ୍ଷ ତାଙ୍କ ସମ୍ପର୍କୀୟ ହୋଇଥିବା କାରଣରୁ ମାମଲା ରୁଜୁ ନ କରିବା ପାଇଁ ବିଧାୟକ ଶ୍ରୀ ଦତ୍ତ ପୁଲିସ ଉପରେ ଚାପ ପକାଇଥିଲେ ବୋଲି ଆଲୋଚନା ‌େ‌ହଉଛି।
ଏସମ୍ପର୍କରେ ସ୍ଥାନୀୟ ବିଧାୟକ ମାନସ କୁମାର ଦତ୍ତଙ୍କୁ ପଚାରିବାରୁ ସେ ଏହାକୁ ଅସ୍ବୀକାର କରିଛନ୍ତି। ଯେହେତୁ ଅଧ୍ୟକ୍ଷ ତାଙ୍କର ସମ୍ପର୍କୀୟ, ତାକୁ ନେଇ ଗୁଜବ ଜରିଆରେ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବାକୁ ବିରୋଧୀ ଦଳର କିଛି ନେତା ଉଦ୍ୟମ କରିଥିବା ସେ ସୂଚନା ଦେଇଛନ୍ତି। ତେବେ ଦୀର୍ଘବର୍ଷ ଧରି କେଉଁ ନେତା ବା ସରକାରଙ୍କ ଛତ୍ରଛାୟା ତଳେ ରହି ଜଣେ କନିଷ୍ଠ ଅଧ୍ୟାପକ କେମିତି ବିଭାଗୀୟ ମୁଖ୍ୟ ହୋଇଗଲେ, ସେ ସମ୍ପର୍କରେ ସେମାନେ ଆଗ କୁହନ୍ତୁ ବୋଲି ବିଧାୟକ ଶ୍ରୀଦତ୍ତ କହିଛନ୍ତି। ଅନ୍ୟକୁ ଗୋଟିଏ ଅଙ୍ଗୁଳି ଦେଖାଇବା ପୂର୍ବରୁ ନିଜ ଆଡ଼କୁ କେତେ ଅଙ୍ଗୁଳି ଅଛି ପ୍ରଥ‌େମ ଦେଖିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories