www.samajalive.in
Tuesday, December 9, 2025
16.1 C
Bhubaneswar

ମହାକାଶରୁ ବାହୁଡ଼ିଲେ ଶୁଭାଂଶୁ ଶୁକ୍କାଙ୍କ ସମେତ ୪ ମହାକାଶଚାରୀ

ସମାଜ ଡିଜିଟାଲ ଡେସ୍କ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତ ପାଇଁ ଆସିଯାଇଛି ସେହି ଐତିହାସିକ ମୁହୂର୍ତ୍ତ। ମହାକାଶରୁ ସୁରକ୍ଷିତ ଫେରିଛନ୍ତି ଶୁଭାଂଶୁ ଶୁକ୍ଳା। ଅକ୍ସିଅମ୍‌-୪ ମିଶନ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି। ଭାରତୀୟ ସମୟାନୁସାରେ, ମଙ୍ଗଳବାର ଦିନ ପ୍ରାୟ ୩ଟା ୧ରେ କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ତାଙ୍କ ଯାନ ସଫଳତାର ସହ ଅବତରଣ କରିଛି।

ଭାରତର ପୁଅ ଶୁଭାଂଶୁ ଶୁକ୍ଳା ୨୦ ଦିନ ମହାକାଶରେ ଏବଂ ୧୮ ଦିନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ବିତାଇବା ପରେ ଆଜି ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ କ୍ରୁ ସଦସ୍ୟମାନଙ୍କୁ ନେଇ ଡ୍ରାଗନ୍ ସ୍ପେସ୍‌କ୍ରାଫ୍ଟର କ୍ୟାପସୁଲ୍ କାଲିଫର୍ନିଆ ସମୁଦ୍ରରେ ଅବତରଣ କରିଛି। ସୋମବାର ସନ୍ଧ୍ୟା ପ୍ରାୟ ୪.୪୫ ସମୟରେ ଶୁଭାଂଶୁ ଶୁକ୍ଳାଙ୍କ ସ୍ପେସ୍‌କ୍ରାଫ୍ଟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଅନଡକ୍ ହୋଇଥିଲା।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories