www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ଵର ସବୁଠୁ ବୟସ୍କ ମାରାଥନ ଧାବକ ଫୌଜା ସିଂହଙ୍କ ଦେହାନ୍ତ, ୧୦୦ ବର୍ଷ ବୟସରେ ୮ ଘଣ୍ଟା ଦୌଡ଼ି କରିଥିଲେ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଯେଉଁ ବୟସରେ ଅଣ୍ଟା ସଳଖି ଚାଲିବା କଷ୍ଟ, ସେ ବୟସରେ ଘଣ୍ଟା ଘଣ୍ଟା ଦୌଡ଼ୁଥିଲେ। ବୟସ ୬୦ କି ୭୦ ବର୍ଷ ନୁହେଁ। ୧୦୦ ବର୍ଷ ହେବା ପରେ ବି ସେ ୭/୮ ଘଣ୍ଟା ପର୍ଯ୍ୟନ୍ତ ଦୌଡ଼ି ପାରୁଥିଲେ। ଆମେ କହୁଛୁ ଫୌଜା ସିଂହଙ୍କ କଥା, ଯିଏ ଆଉ ଏହି ଦୁନିଆରେ ନାହାନ୍ତି। ୧୧୪ ବର୍ଷ ବୟସରେ ଏକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଯାଇଛି। ବିଶ୍ଵର ସବୁଠୁ ବୟସ୍କ ମାରାଥନ ଧାବକ ଭାବେ ଫୌଜା ବିଶ୍ଵ ରେକର୍ଡ କରିଛନ୍ତି। ଫୌଜାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ସରେ ସାରା ବିଶ୍ଵର ଧାବକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି କିମ୍ବନ୍ଦନ୍ତୀ ଧାବକଙ୍କ ଘର ହେଉଛି ଜଳନ୍ଧରର ବିଜ୍‌ ପିଣ୍ଡ ଗ୍ରାମରେ। ଗତ ସୋମବାର ଅପରାହ୍ନରେ ଗାଁ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି।

୧୯୧୧ ଏପ୍ରିଲ ୧ରେ ଫୌଜା ସିଂହ ଜନ୍ମଗ୍ରହଣ କରିଥିଲେ। ୧୯୯୩ରେ ସେ ଇଂଲଣ୍ଡ ଚାଲିଯାଇଥିଲେ। ସେଠାରେ ୮୯ ବର୍ଷ ବୟସରେ ସେ ଯେତେବେଳେ ମାରାଥନ ଦୌଡ଼ ଆରମ୍ଭ କଲେ ସେତେବେଳେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଲେ। ୨୦୧୧ରେ ଫୌଜା ଇଂଲଣ୍ଡରେ ଏକ ମାରାଥନରେ ଭାଗ ନେଇ ତାହାକୁ ସମ୍ପୂର୍ଣ୍ଣ କରିଥିଲେ। ସେତେବେଳେ ତାଙ୍କୁ ୧୦୦ ବର୍ଷ ହୋଇଥିଲା। ଯେଉଁଥିପାଇଁ ସେ ବିଶ୍ଵର ସବୁଠୁ ବୟସ୍କ ମାରାଥନ ଧାବକ ଭାବେ ପରିଚୟ ହାସଲ କରିଥିଲେ। ଯେଉଁ ବୟସରେ ମଣିଷ ଚାଲିବା ବି କଷ୍ଟକର ହୋଇପଡ଼େ ସେହି ବୟସରେ ସେ ମାରାଥନ ଦୌଡ଼ି ବିଶ୍ଵ ରେକର୍ଡ ସ୍ଥାପନ କରିଥିଲେ। ୨୦୦୦ରୁ ୨୦୧୩ ମସିହା ଅର୍ଥାତ ୧୪ ବର୍ଷ ମଧ୍ୟରେ ସେ ୯ଟି ମାରାଥନ ସମ୍ପୂର୍ଣ୍ଣ କରିସାରିଥିଲେ।

- Advertisement -

ଫୌଜା ୨୦୦୦ ଏପ୍ରିଲରେ ଆୟୋଜିତ ଲଣ୍ଡନ ମାରାଥନ ଭାଗ ନେଇ ୬ ଘଣ୍ଟା ୫୪ ମିନିଟ ଦୌଡ଼ି ଏହାକୁ ସମ୍ପୂର୍ଣ୍ଣ କରିଥିଲେ। ସେତେବେଳେ ତାଙ୍କୁ ୮୯ ବର୍ଷ ହୋଇଥିଲା। ୧୦୦ ବର୍ଷ ବୟସରେ ସେ ଟରୋଣ୍ଟୋ ମାରାଥନରେ ଅଂଶଗ୍ରହଣ ୮ଘଣ୍ଟା ୧୧ ମିନିଟ ଧରି ଦୌଡ଼ିଥିଲେ। ୨୦୧୨ରେ ସେ ଶେ​‌ଷ ଥର ପାଇଁ ହଂକଂରେ ଆୟୋଜିତ ଅନ୍ତର୍ଜାତୀୟ ମାରାଥନରେ ଭାଗ ନେଇଥିଲେ। ୧୦୧ ବର୍ଷ ବୟସରେ ସେ ଏହି ମାରାଥନରେ ୧୦ କିଲୋମିଟର ଦୌଡ଼କୁ ୭ ଘଣ୍ଟା ୪୯ ମିନିଟରେ ସମ୍ପନ୍ନ କରିଥିଲେ। ଫୌଜାଙ୍କ ଏହି ସଫଳତା ପାଇଁ ତାଙ୍କୁ ବ୍ରିଟେନ ତରଫରୁ ଅନେକ ପୁରସ୍କାର ପ୍ରଦାନ କରାଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories