www.samajalive.in
Monday, December 8, 2025
14.1 C
Bhubaneswar

କାନ୍ଧରେ ଯୁଆଳି, ପ୍ରେମୀଯୁଗଳଙ୍କୁ ବଳଦ ଦଣ୍ଡ

ନାରାୟଣପାଟଣା/କୋରାପୁଟ: ସମ୍ପର୍କୀୟଙ୍କୁ ପ୍ରେମ କରିବା ପୁଣି ମହଙ୍ଗା ସାବ୍ୟସ୍ତ ହୋଇଛି ା ପ୍ରେମୀଯୁଗଳଙ୍କ କାନ୍ଧରେ ଯୁଆଳି ପକେଇ ଇଷ୍ଟଦେବୀଙ୍କ ଆଗରେ ବୁଲେଇଛନ୍ତି ଗ୍ରାମବାସୀ। ରାୟଗଡ଼ା ଜିଲାରେ ପ୍ରେମୀଯୁଗଳଙ୍କୁ ହଳ କରାଇବା ଘଟଣାର କୋରାପୁଟରେ ପୁନରାବୃତ୍ତି ହୋଇଛି। ୭୨ ଘଣ୍ଟା ବ୍ୟବଧାନରେ ରାଜ୍ୟରେ ଦୁଇ ଦୁଇଟି ଅମାନବୀୟ ଘଟଣା ଘଟିଛି।

କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ବୋରିଗି ପଞ୍ଚାୟତ ଅନ୍ତର୍ଗତ ପେଦାଇଟିକି ଗ୍ରାମରେ ସମ୍ପର୍କୀୟ ଭାଇ-ଭଉଣୀଙ୍କ ପ୍ରେମ ସମ୍ପର୍କକୁ ପରମ୍ପରାର ବିରୋଧାଚରଣ କୁହାଯାଇଛି। ରିଷ୍ଟ ଖଣ୍ଡନ ପାଇଁ ପ୍ରେମୀଯୁଗଳଙ୍କ କାନ୍ଧରେ ଯୁଆଳି ପକେଇ ଦେବୀ ପୀଠ ଆଗରେ ଘେରା ବୁଲାଇବା ସହ ଆମ୍ବପତ୍ର ପାଣି ସିଞ୍ଚି ଦୋଷମୁକ୍ତ କରାଯାଇଛି। ଏହାସହ ସେମାନଙ୍କୁ ଗ୍ରାମବାସୀ ସ୍ବାମୀସ୍ତ୍ରୀ ଭାବେ ସ୍ବୀକୃତି ଦେଇଛନ୍ତି। ଗତ ୧୧ ତାରିଖରେ ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ବ୍ଲକର ସିକରପାଇ ପଞ୍ଚାୟତ ଅନ୍ତର୍ଗତ କଞ୍ଜାମଯୋଡି ଗ୍ରାମରେ ପ୍ରେମୀଯୁଗଳଙ୍କୁ ବଳଦ ପରି ଯୋଚି ହଳ କରାଯିବା ଘଟଣାର ଭିଡ଼ିଓ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ପୁଣି କୋରାପୁଟରେ ଏଭଳି ଏକ ଘଟଣା ପରମ୍ପରା ନଁାରେ ଅମାନବୀୟ ଦଣ୍ଡାଦେଶକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

- Advertisement -

ସୂଚନା ମୁତାବକ କୋରାପୁଟ ଜିଲା ପେଦାଇଟିକି ଗ୍ରାମର ଘଟଣାରେ ପୀଡିକା ସଂଜ୍ଞାଧାରୀ ଜଣେ ଯୁବତୀଙ୍କ ସହ ସମାନ ସଂଜ୍ଞାଧାରୀ ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ମିଶି ରଥଯାତ୍ରା ଦିନ କୁଆଡେ ଉଭାନ ହୋଇ ଯାଇଥିଲେ। ଏହାକୁ ନେଇ ଅପରାହ୍ନରେ ଦୁଇ ଗାଁର ଭଦ୍ରଲୋକ ଓ ପରିବାର ଲୋକଙ୍କୁ ନେଇ ବୈଠକ ବସିଥିଲା। ପ୍ରେମୀଯୁଗଳ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ଆଦିବାସୀ ପରମ୍ପରା ଅନୁଯାୟୀ ଗ୍ରାମର ଇଷ୍ଟ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଭୟଙ୍କୁ ବଳଦ ଦଣ୍ଡ ଦେବାକୁ ନିଷ୍ପତ୍ତି ହୋଇଥିଲା। ପ୍ରେମୀଯୁଗଳଙ୍କ ବେକରେ ରଶି ଓ ହଳ-ଲଙ୍ଗଳ ଲଗାଇ ଗାଁ ଇଷ୍ଟ ଦେବୀ ଆଗରେ ବୁଲାଯାଇଥିଲା। ଏହାପରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ନେଇ ନିଜ ଘରକୁ ଫେରି ଯାଇଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଘଟଣାର ପଛରେ ରହିଛି ଆଦିବାସୀ ସମାଜର ପୁରାତନ ପରମ୍ପରା। ସ୍ଥାନୀୟ ଲୋକଙ୍କ ପରମ୍ପରା ଅନୁସାରେ, ଗୋଟିଏ ବଂଶ ବା ଜାତିରେ ପ୍ରେମ ବିବାହ ହେଲେ ଗାଁରେ ଫସଲ ନଷ୍ଟ ହେବା, ଚାଷ ଉଜୁଡ଼ି ଯିବା, ବର୍ଷା ନହେବା ସହ ରୋଗବ୍ୟାଧି ଓ ଅଶାନ୍ତି ଦେଖାଦେବାର ବିଶ୍ୱାସ ରହିଛି। ଏହାକୁ ରୋକିବା ନିମନ୍ତେ ଗାଁ ଇଷ୍ଟଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ବଳଦ ଦଣ୍ଡ ଦିଆଯାଇ ପ୍ରେମୀଯୁଗଳଙ୍କୁ ଗାଁରେ ପ୍ରବେଶ ଅନୁମତି ଦିଆଯିବାର ବିଧି ରହିଛି।

ଖବର ପାଇ ପୁଲିସ ପେଡାଇଟିକି ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ପଚରାଉଚରା ଚଳାଇଛି। କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ତେବେ ଦିନେ ମାଓ ପ୍ରବଣ ଭାବେ ପରିଚିତ ବୋରିଗି ପଞ୍ଚାୟତ ଏହି ଘଟଣାକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories