www.samajalive.in
Monday, December 8, 2025
14.1 C
Bhubaneswar

ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାରରେ ଲାଗି ମହିଳା ଶ୍ରମିକ ଗୁରୁତର

ଲକ୍ଷ୍ମୀପୁର : ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ରେବତୀ ବାଘ। ଘର ନିକଟସ୍ଥ ବୁର୍ଜା ଗ୍ରାମରେ। ସେ ଲକ୍ଷ୍ମୀପୁର ସଦର ମହକୁମା ସ୍ଥିତ ଅଲେଖ ପାଇକରାୟଙ୍କ ନିର୍ମାଣଧୀନ ଘର କାମରେ ପ୍ରାୟ ୩ ମାସ ହେଲା ଶ୍ରମିକ ଭାବେ କାମ କରୁଥିଲେ। ଉକ୍ତ ଘର ଛାତ ଉପରେ ଯାଇଛି ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ତାର। ସେଠାରେ ରେବତୀ କାମ କରୁଥିବା ବେଳେ ଏକ ବାଉଁଶ ଯାହା କି ବର୍ଷା ପାଣି ଖାଇ ଓଦା ହୋଇଥିଲା ତାକୁ କାଢ଼ିବା ବେଳେ ଅସାବଧାନତା ବଶତଃ ତାହା ତାର ସହ ଲାଗି ଯାଇଥିଲା। ସେ ସେଠାରେ ଛଟପଟ ହେଉଥିବା ଦେଖି ଅନ୍ୟ ଶ୍ରମିକ ମାନେ ପାଟି କରିଥିଲେ। ନିକଟରେ ଭଡ଼ା ଥିବା ଜଣେ ବିଦ୍ଯୁତ ବିଭାଗ କର୍ମଚାରୀ ତାହା ଜଣି ଫୋନ୍ କରିବା ପରେ ବିଦ୍ଯୁତ ସରବରାହ ବିଛିନ୍ନ କରି ସମ୍ପୃକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଖବର ପାଇ ସେଠାରେ ସ୍ଥାନୀୟ ପୁଲିସ ପହଞ୍ଚି ଥାନା ଗାଡ଼ିରେ ତାଙ୍କୁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା।

ତେବେ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ସ୍ଥିତ ଏସଏନଏଲ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି।  ତେବେ ଏଠାରେ ପ୍ରଶ୍ନ ଉଠୁଛି ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ଯୁତ ତାର ଯାଇଥିଲା ବେଳେ ବିଦ୍ୟୁତ ବିଭାଗ ତିନି ମହଲା କୋଠା ସହିତ ତାର ତଳେ ଏକମହଲା କରିବା ପାଇଁ ଅନୁମତି ଦେଲା କିପରି। ଏପରିକି ନିୟମ ଅନୁସାରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ପରେ ବିଦ୍ଯୁତ ସଂଯୋଗ ଦିଆଯିବାର ନିୟମ ଥିବା ବେଳେ ଉକ୍ତ କୋଠାକୁ ୯ଟି ମିଟର ସ୍ଥାପନ କରାଗଲା କିପରି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କାରଣ ଜଣେ ବିଦ୍ଯୁତ ସଂଯୋଗ ପାଇଁ ଆବେଦନ କଲେ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇନଥିବା ଆଦି ବିଭିନ୍ନ କଥା କହି ମାସ ମାସ ବୁଲା ଯାଉଥିବା ବେଳେ ଅସମ୍ପୂର୍ଣ୍ଣ କୋଠା କୁ ୯ ଟି ମିଟର ସହିତ ବିଦ୍ଯୁତ ସଂଯୋଗ ଦିଆଗଲା କିପରି, ଯେଉଁଥିପାଇଁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଦିନ ମଜୁରିଆ ଭାବେ କାମ କରୁଥିବା ଜଣେ ମହିଳା ଏଥିପାଇଁ ଜୀବନ ମରଣ ସହିତ ଡାକ୍ତରଖାନାରେ ଲଢ଼େଇ କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories