www.samajalive.in
Sunday, December 7, 2025
18.1 C
Bhubaneswar

ସାମସଙ୍ଗ ଗାଲାକ୍ସି ଏସ-୧୦, ଏସ୍‍-୧୦ପ୍ଲସ ଏବଂ ଏସ୍‍-୧୦ଇର ବଜାର ପ୍ରବେଶ

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ତାର ନୂଆ ଫ୍ଲାଗସିପ ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସି ଏସ-୧୦, ଗାଲାକ୍ସି ଏସ୍‍-୧୦ପ୍ଲସ ଏବଂ ଏସ୍‍-୧୦ଇକୁ ଲଞ୍ଚ କରିଛି। ଏହି ତିନୋଟି ଫୋନର ଡିସପ୍ଲେ ଉପରେ ପଞ୍ଚ ହୋଲ କ୍ୟାମେରା ଦିଆଯାଇଛି ଏବଂ ଏହାବ୍ୟତୀତ ଏହି ସ୍ମାର୍ଟଫୋନରେ ଆପଣ ଫାଷ୍ଟ ଓୟାରଲେସ ଚାର୍ଜିଙ୍ଗ ସହାୟତାରେ ଚାର୍ଜ ମଧ୍ୟ କରିପାରିବେ। ତେବେ ଆସନ୍ତୁ ଏହି ଫୋନର ବିଶେଷତ୍ୱ ବିଷୟରେ ଅଧିକ କିଛି ଜାଣିବା।

courtesy- android central

ସାମସଙ୍ଗ ଗାଲାକ୍ସି ଏସ୍‍-୧୦ର ବିଶେଷତ୍ୱ
ସାମସଙ୍ଗ ଗାଲାକ୍ସି ଏସ୍‍-୧୦ରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ମିଳିବ। ଏହି ଫୋନରେ ୬.୧ଇଞ୍ଚର କ୍ୟୁଏଚଡିପ୍ଲସ କର୍ଡ ଡାଇନାମିକ ଏମୋଲେଡ ଇନଫିନିଟି ଓ ଡିସପ୍ଲେ ମିଳିବ। ଯାହାର ଆସପେକ୍ଟ ରେଶିୟୋ ୧୯:୯ରହିଛି। ଏହାବ୍ୟତୀତ ଏହି ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୮୫୫ପ୍ରୋସେସର ରହିଛି। ଯାହାର କ୍ଲାକ ସ୍ପିଡ ୨.୮ଜିଏଚଜେଡ ରହିଛି। ଖବାର ଅନୁସାରେ ବିଭିନ୍ନ ଦେଶରେ ଅଲଗା ଅଲଗା ପ୍ରୋସେସର ସହିତ ଏହାକୁ ଲଞ୍ଚ କରାଯାଇଛି। ଏହି ଫୋନରେ ୮ଜିବି ରାମ ସହିତ ୧୨୮ଜିବି ଏବଂ ୫୧୨ଜିବିର ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାଡ ସାହାର୍ଯ୍ୟରେ ବଢାଇପାରିବେ।

- Advertisement -
courtesy-times now

ସାମସଙ୍ଗ ଗାଲାକ୍ସି ଏସ୍‍-୧୦ର କ୍ୟାମେରା
ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ତିନୋଟି ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲର ୭୭ଡିଗ୍ରୀ ଆଙ୍ଗଲ ଥିବା, ଅନ୍ୟଟି ୧୨ମେଗାପିକ୍ସେଲର ୪୫ଡିଗ୍ରୀ ଆଙ୍ଗଲ ଥିବା ଟେଲିଫଟୋ ଲେନ୍ସ ଏବଂ ୧୬ମେଗାପିକ୍ସେଲର ୧୨୩ଡିଗ୍ରୀ ଆଙ୍ଗଲ ଥିବା ଅଲ୍ଟ୍‍ା ୱାଇଡ ଲେନ୍ସ ରହିଛି। ସେଲଫି ପାଇଁ ଆପଣଙ୍କୁ ୧୦ମେଗାପିକ୍ସେଲର ଏଫ୍‍/୧.୯ଅଫର୍ଚର ଥିବା କ୍ୟାମେରା ମିଳିବ। ଏହାଦ୍ୱାରା ଆପଣ ୪କେ ଭିଡିଓ କଲିଙ୍ଗ ମଧ୍ୟ କରିପାରିବେ।

courtesy-pocketlint

ସାମସଙ୍ଗ ଗାଲାକ୍ସି ଏସ୍‍-୧୦ର ସଂଯୋଗ ଏବଂ ମୂଲ୍ୟ
ଫୋନରେ ହର୍ଟରେଟ ସେନସର, ଜିପିଏସ୍‍, କମ୍ପାସ, ଇନ୍‍-ଡିସପ୍ଲେ ଟିପଚିହ୍ନ ସେନସର, ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁ-ଟୁଥ-୫.୦, ୩.୫ଏମ୍‍ଏମର ହେଡଫୋନ ଜ୍ୟାକ୍‍, ଟାଇପ-ସି ଚାର୍ଜିଙ୍ଗ ପୋର୍ଟ ଏବଂ ୩୪୦୦ଏମ୍‍ଏଚର ବ୍ୟାଟେରୀ ରହିଛି।
ଏହି ଫୋନର ମୂଲ୍ୟ ୬୩,୯୦୦ଟଙ୍କା। ଫୋନର ବିକ୍ରି ମାର୍ଚ୍ଚ ୦୮ରୁ ଆମେରିକାରେ ହେବ। ସେହିଭଳୂି ଏହାର ପ୍ରି-ଅର୍ଡର ଗୁରୁବାର ଠାରୁ ଆରମ୍ଭ ହୋଇସାରିଛି।

courtesy-gizbot

କହିରଖୁଛୁ, ସାମସଙ୍ଗ କମ୍ପାନୀ ଗାଲାକ୍ସି ଏସ୍‍-୧୦ ସହିତ ଗାଲାକ୍ସି ଏସ୍‍-୧୦ପ୍ଲସ ଏବଂ ଏସ୍‍-୧୦ଇକୁ ଲଞ୍ଚ କରିଛି। ଗାଲାକ୍ସି ଏସ୍‍-୧୦ଇରେ ୫.୮ଇଞ୍ଚର ଡିସପ୍ଲେ ଦିଆଯାଇଛି ଏବଂ ଏସ୍‍-୧୦ପ୍ଲସରେ ୬.୪ଇଞ୍ଚର ଡିସପ୍ଲେ ରହିଛି। ଏହି ଫୋନରେ ମଧ୍ୟ ଓୟାରଲେସ ଚାର୍ଜିଙ୍ଗର ସପୋର୍ଟ ମିଳିବ। ଗାଲାକ୍ସି ଏସ୍‍-୧୦ପ୍ଲସର ମୂଲ୍ୟ ୭୧,୦୦୦ଟଙ୍କା ଏବଂ ଏସ୍‍-୧୦ଇର ମୂଲ୍ୟ ୫୩,୩୦୦୦ଟଙ୍କା ରଖାଯାଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories