ସମାଜ ଡିଜିଟାଲ ଡେସ୍କ: ଗୁଜରାଟ ବଡୋଦରା ଜିଲାର ମାହିସାଗର ନଦୀ ଉପରେ ନିର୍ମିିତ ସେତୁର କିଛି ଅଂଶ ଭୁଶୁଡି ପଡିବା ଘଟଣାରେ ଏଯାବତ ୧୬ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏବେ ବି ୪ଜଣ ନିଖୋଜ ଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ୫ଜଣ ଗୁରୁତରଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ବଡୋଦରାର ଜିଲ୍ଲାପାଳ ଅନିଲ ଧାମେଲିଆ କହିଛନ୍ତି ମାହି ନଦୀ ସେତୁ ଦୁର୍ଘଣାରେ ଆଜି ସକାଳେ ତିନୋଟି ମୃତଦେହ ଉଦ୍ଧାର କରାଯାଇଛି । ଯାହା ଫଳରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଏବଂ ଅନ୍ୟାନ୍ୟ ଦଳ ସାମିଲ ରହିଛନ୍ତି ।
Popular Categories



