www.samajalive.in
Tuesday, December 9, 2025
26.1 C
Bhubaneswar

ନେପାଳ ବନ୍ୟା: ଏପର୍ଯ୍ୟନ୍ତ ୯ ମୃତ, ୧୯ ନିଖୋଜ

କାଠମାଣ୍ଡୁ: ନେପାଳରେ ହଠାତ୍ ଆସିଥିବା ବନ୍ୟା ପରେ ଗୁରୁବାର ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଏବେ ବି ସ୍ଥାନାନ୍ତର କରାଯାଉଛି। ନେପାଳର ରାସୁୱା ଜିଲାରେ ବର୍ଷା ପରେ ବନ୍ୟା ଆସିଛି, ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୯ ଜଣ ବର୍ତ୍ତମାନ ମଧ୍ୟ ନିଖୋଜ ଅଛନ୍ତି। ରାସୁୱା ଜିଲାର ମୁଖ୍ୟ ଜିଲା ଅଧିକାରୀ ଅର୍ଜୁନ ପୌଡେଲ କହିଛନ୍ତି ଯେ, ସୁରକ୍ଷା ବାହିନୀଙ୍କୁ ନିୟୋଜିତ କରାଯାଇଛି ଏବଂ ୧୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏଥିରେ ୧୨୭ ଜଣ ବିଦେଶୀ ନାଗରିକ ସାମିଲ ଅଛନ୍ତି। ଏହି ଲୋକମାନଙ୍କୁ ଏୟାରଲିଫ୍ଟ କରାଯାଇ କାଠମାଣ୍ଡୁ ନିଆଯାଇଛି।

ପୌଡେଲ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଏବଂ ଟେଲିଫୋନ୍ ସେବା ବାଧାପ୍ରାପ୍ତ ହେବାଦ୍ୱାରା ଉଦ୍ଧାର ଏବଂ ଅନ୍ୟ ଅଭିଯାନରେ ବାଧା ସୃଷ୍ଟି ହୋଇଛି। ସେ କହିଛନ୍ତି, ଆମେ ବର୍ତ୍ତମାନ ଚୀନ୍ ସୀମା ଦେଇ ସୀମିତ ଯୋଗାଯୋଗ ବଜାୟ ରଖୁଛୁ। ଟେଲିଫୋନ୍ ଯୋଗାଯୋଗ ପୁନଃସ୍ଥାପିତ କରିବା ଏବଂ ବିଦ୍ୟୁତ୍ ଯୋଗାଣ ପୁନଃ ଆରମ୍ଭ କରିବା ପାଇଁ ପ୍ରୟାସ କରାଯାଉଛି। ନେପାଳ ପୁଲିସ କହିଛି ଯେ, ମଙ୍ଗଳବାର ସକାଳେ ହଠାତ୍‌ ବନ୍ୟା ଆସିବା ପରେ ନିଖୋଜ ଥିବା ୧୯ ଜଣଙ୍କୁ ଖୋଜିବାକୁ ଅଭିଯାନ ଜାରି ରହିଛି। ନିଖୋଜ ଲୋକଙ୍କ ମଧ୍ୟରେ ଛଅ ଜଣ ଚୀନ୍ ନାଗରିକ ଏବଂ ଦୁଇ ଜଣ ପୁଲିସ କର୍ମଚାରୀ ଅଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories