www.samajalive.in
Sunday, December 7, 2025
26.1 C
Bhubaneswar

୪ ଦିନ ହେଲା ବୁଡିଛି ତଳିଆ ଅଞ୍ଚଳ, ଚିନ୍ତାରେ ଚାଷୀକୂଳ

ଆରଡି :  ଉପରମୁଣ୍ଡରେ ଲଗାଣବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଉପରମୁଣ୍ଡରୁ ଆସୁଥିବା ସମସ୍ତ ବନ୍ଯାପାଣି ତଳମୁଣ୍ଡରେ ଅର୍ଥାତ ଆରଡି ସମେତ ଆଖପାଖ ଓଳଗ, ସୁନ୍ଦରପୁର, ଦୋହରାପାଟଣା,  ପାଲଟପୁର, ମୁଆଁ, ଶୀତଳପୁର ଆଦି ଅଞ୍ଚଳ ଦେଇ ଧାମାରା ମୁହାଣ ସମୁଦ୍ରକୁ ନିଷ୍କାସନ ହୋଇଥାଏ। ହେଲେ ବୈତରଣୀ ନଦୀରେ ପ୍ରବାହିତ ହେଉଥିବା ବନ୍ଯାଜଳ ନିଷ୍କାସନରେ ବାଧକ ସାଜିଛି  ପୂର୍ଣ୍ଣିମା ଜୁଆର। ଫଳରେ ବୈତରଣୀ ଓ ତାର ଶାଖା ନଦୀ ସାଳନ୍ଦୀ ନଦୀ ଉଛୁଳିବା ସହ  ବିଭିନ୍ନ ଏସେକେପ ଓ ନଈଯୋର ଦେଇ ଶହଶହ ଏକର ଚାଷଜମିକୁ ମାଡି ଚାଲିଛି ବନ୍ଯାପାଣି। ଗତ ୪ଦିନ ହେଲା ବୋଡକ, ସାଠିବାଙ୍କୁଡା, ଅମୃତମଣି, ମୁଆଁ, ସନ୍ତରା ଆଦି ତଳିଆ ଅଞ୍ଚଳର ଶହଶହ ଏକର ସାରଦ ଧାନତଳି ବନ୍ଯାପାଣିରେ ବୁଡି ରହିଛି। ଉକ୍ତ ଅଞ୍ଚଳର ଚାଷୀମାନେ ଧାରକରଜ କରି ବିଭିନ୍ନ କିସମର  ବିହନ କିଣି ଧାନତଳି ପକାଇଥିଲେ। ଚାଷ ଆରମ୍ଭରୁ ଲଗାଣବର୍ଷା  ଏବେ ବନ୍ଯାପାଣି ଜମି ରହିବା ଫଳରେ ଧାନତଳି ସଢିଯିବାକୁ ବସିଛି। କ୍ଷେତରେ  ଏପରି ଅବସ୍ଥା ଦେଖି ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories