www.samajalive.in
Sunday, December 7, 2025
16.1 C
Bhubaneswar

ଅସରାଏ ବର୍ଷାରେ ଭାସୁଛି ସ୍ଵାସ୍ଥ୍ୟ କେନ୍ଦ୍ର

ବିଶୋଇ: ଅସରାଏ ବର୍ଷାରେ ବେହାଲ ବିଶୋଇ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର। ଏହି ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ପ୍ରାୟ ୧୩ ଗୋଟି ପଞ୍ଚାୟତର ହାଜର ହାଜର ସର୍ବସାଧାରଣ ନିର୍ଭର କରୁଥିବା ବେଳେ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ହେତୁ ଅନେକ ଦୁର୍ଘଟଣା ଗ୍ରସ୍ତଙ୍କୁ ଏଠାରେ ଚିକିତ୍ସା କରାଯାଇଥାଏ। ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରତିଦିନ ୨୦୦ରୁ ଉର୍ଦ୍ଧ୍ବ ରୋଗୀ ସ୍ଵାସ୍ଥ୍ୟ ସମସ୍ୟା ନେଇ ଆସିଥାନ୍ତି। ତେବେ ବର୍ଷା ଦିନେ ଅସରାଏ ବର୍ଷା ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ପୋଖରୀର ଭ୍ରମ ସୃଷ୍ଟି କରେ। ସଠିକ୍ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରୁ ବର୍ଷା ପାଣି ନିଷ୍କାସନ ହେଇ ପାରୁନଥିବା ଯୋଗୁଁ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଅଣ୍ଠୁଏ ପାଣିରେ ରୋଗୀ ଯା ଆସ ହୋଇଥାନ୍ତି। ପ୍ରତିବର୍ଷ ବର୍ଷା ଦିନେ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଏଭଳି ସ୍ଥିତି ଦେଖା ଦେଉଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏ ସମସ୍ୟା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରଶାସନ ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡିଛି। ସ୍ଵାସ୍ଥ୍ୟ କେନ୍ଦ୍ରକୁ ରୋଗୀ ସୁସ୍ଥ ହେବାକୁ ଆସୁଥିବା ବେଳେ ସ୍ଵାସ୍ଥ୍ୟ କେନ୍ଦ୍ରର ଅସ୍ଵାସ୍ଥ୍ୟ ପରିବେଶ ଲୋକଙ୍କୁ ନିରାଶ କରୁଛି। ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ବିଶୋଇବାସୀ ଦାବି କରିଛନ୍ତି।

ଆଉ ୨ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଧନୀ, ହଠାତ୍‌ ମିଳିବ ବଡ ଖୁସି,ସଫଳତା..

ମାତ୍ର ଏତିକି ଟଙ୍କାରେ ଏଆଇ+ ଆଣିଲା ୫ଜି ସ୍ମାର୍ଟଫୋନ୍‌ ; ଆସନ୍ତାକାଲି ଭାରତରେ ଏହି ବ୍ରାଣ୍ଡ୍‌ର ହେବ ପ୍ରବେଶ

- Advertisement -

ଦେଖନ୍ତୁ ଭୟଭୀତ କରିବ ଦୃଶ୍ୟ; ଦ୍ରୁତ ଗତିରେ ଆସୁଥିଲା ଟ୍ରେନ୍‌, ଧାରଣାରେ ଶୋଇଲେ ନାବାଳକ, ତା’ପରେ..

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories