www.samajalive.in
Sunday, December 7, 2025
13.1 C
Bhubaneswar

ମସ୍କଙ୍କ ନୂଆ ଦଳକୁ ନେଇ ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମତଭେଦ ମଧ୍ୟରେ ଟେସ୍‌ଲା ମାଲିକ ଏଲନ ମସ୍କ ଆମେରିକା ପାର୍ଟି ନାମକ ଏକ ନୂତନ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି। ଏବେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟ୍ରମ୍ପ। ଏହାକୁ ଏକ ମୂର୍ଖତାପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ଟ୍ରମ୍ପ। ଏଥିସହ ସେ କହିଛନ୍ତି, ଆମେରିକାରେ ଦୁଇ ଦଳୀୟ ପରମ୍ପରା ରହିଛି। ତେଣୁ ଏଠାରେ ତୃତୀୟ ଦଳ ଗଠନ କରିବା କେବଳ ଦ୍ୱନ୍ଦ୍ୱ ସୃଷ୍ଟି କରିବ।

ତୃତୀୟ ଦଳ ଗଠନ କରିବା ମୂର୍ଖାମୀ- ଟ୍ରମ୍ପ

- Advertisement -

ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଟ୍ରମ୍ପ କହିଛନ୍ତି, ‘‘ଆମେ ରିପବ୍ଲିକାନ୍ ପାର୍ଟି ସହିତ ବହୁତ ସଫଳତା ହାସଲ କରିଛୁ। ଏଠାରେ ସର୍ବଦା ଦୁଇ ଦଳୀୟ ବ୍ୟବସ୍ଥା ରହିଆସିଛି। ତୃତୀୟ ଦଳ ଗଠନ କରିବା କେବଳ ଦ୍ୱନ୍ଦ୍ୱ ସୃଷ୍ଟି କରିବ। ମସ୍କ ଏହା ମଜା ପାଇଁ କରିପାରନ୍ତି, କିନ୍ତୁ ଏହି ପଦକ୍ଷେପ ମୋତେ ମୂର୍ଖାମୀ ପରି ମନେ ହେଉଛି। ଏଠାରେ ସୂଚନାଯୋଗ୍ୟ, ଏଲନ ମସ୍କ ଏଭଳି ସମୟରେ ନୂଆ ଦଳ ଗଠନ ନେଇ ଘୋଷଣା କରିଛନ୍ତି, ଯେଉଁ ସମୟରେ ଆମେରିକାରେ ୨୦୨୬ ନିର୍ବାଚନକୁ ନେଇ ରାଜନୈତିକ ତାତି ବୃଦ୍ଧି ପାଉଛି ଏବଂ ରାଜନୈତିକ କଳ୍ପନା ଜଳ୍ପନା ଜୋର ଧରିଛି।


ଶନିବାର ମସ୍କ ଅନେକ ସୋସିଆଲ ମିଡିଆ ପୋଷ୍ଟରେ ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ, ‘‘ଆମେ ଗଣତନ୍ତ୍ରରେ ନୁହେଁ, ଏକ ଦଳୀୟ ବ୍ୟବସ୍ଥାରେ ରହୁଛୁ।’’ ରିପବ୍ଲିକାନ୍ ପାର୍ଟି ଏବଂ ଡେମୋକ୍ରାଟିକ୍ ପାର୍ଟିକୁ ଟାର୍ଗେଟ କରି ମସ୍କ ଲେଖିଛନ୍ତି, ‘‘ଆମେ ଲାଲ ଦେଖିଲେ, ନୀଳ ଦେଖିଲେ, କିନ୍ତୁ ଏବେ ଆମେରିକା କିଛି ନୂଆ ପାଇଁ ପ୍ରସ୍ତୁତ, ଯାହା ପ୍ରକୃତରେ କାମ କରିବ। ଆମେରିକା ପାର୍ଟି- ଏବେ ମଧ୍ୟବିତ୍ତ ବର୍ଗର ମଧ୍ୟ ସ୍ୱର ରହିବ।’’ ମସ୍କ ଏକ ପୋଷ୍ଟରେ ଲେଖିଛନ୍ତି, ‘‘ନୀରବ ଭୋଟଦାତା ବର୍ଗ ଆଉ ନୀରବ ନାହାନ୍ତି। ଏହା ସେହି ମୁହୂର୍ତ୍ତ, ଯେତେବେଳେ ସବୁକିଛି ବଦଳିଯିବ। ଆମେରିକା ପାର୍ଟି ଏବେ ଆସିଯାଇଛି, ଏହା ହେଉଛି ସେହି ବ୍ୟବସ୍ଥାର ଜବାବ, ଯାହା ଲୋକଙ୍କ କଥା ଶୁଣିବା ବନ୍ଦ କରିଦେଇଛି।’’

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories