www.samajalive.in
Sunday, December 7, 2025
13.1 C
Bhubaneswar

ଷ୍ଟେଟ ବ୍ୟାଙ୍କକୁ ୧୫ ହଜାର ଜୋରିମାନା

ଭବାନୀପାଟଣା: ଜଣେ ଗ୍ରାହକଂକ ଖାତାରୁ ଅନଧିକୃତ ଭାବେ ଟଙ୍କା କାଟିବା ଘଟଣାରେ କଳାହାଣ୍ଡି ଖାଉଟି ଅଦାଲତ ଷ୍ଟେଟ ବ୍ୟାଙ୍କର ବଜାର ଶାଖାକୁ ୧୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଷ୍ଟେଟ ବ୍ୟାଙ୍କ ର ସ୍ଥାନୀୟ ବଜାର ଶାଖାର ଗ୍ରାହକ ସ୍ପନ୍ଦନ କୁମାର ବେହେରାଙ୍କ ଏକ କ୍ରେଡିଟ କାର୍ଡ ରହିଛି। କ୍ରେଡିଟ କାର୍ଡରୁ ଖର୍ଚ୍ଚ ବାବଦକୁ ଗତ ମାର୍ଚ୍ଚ ମାସରେ ସେ ୧୨ ହଜାର ୩୧୮ ଟଙ୍କା ଜମା କରିଥିଲେ। ତଥାପି ତାଙ୍କ ଜମାଖାତାରୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ୭ ହଜାର ୩୧୮ ଟଙ୍କା କାଟି ଦେଇଥିଲେ। ଏନେଇ ସେ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ଉଚିତ୍ ପଦକ୍ଷେପ ନିଆଗଲା ନାହିଁ। ଫଳରେ ଶ୍ରୀ ବେହେରା ଜିଲା ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ।

କଳାହାଣ୍ଡି ଖାଉଟି ଅଦାଲତ ସଭାପତି ଅଶ୍ଵିନୀ କୁମାର ପାତ୍ର ଏବଂ ସଦସ୍ୟା ଜ୍ୟୋତ୍ସାରାଣୀ ମିଶ୍ର ମାମଲାର ଶୁଣାଣି କରି ଗ୍ରାହକଙ୍କୁ ମାନସିକ ନିର୍ଯାତନା ପାଇଁ ୧୦ ହଜାର ଏବଂ ମାମଲା ପରିଚାଳନା ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ଷ୍ଟେଟ ବ୍ୟାଙ୍କ୍, ବଜାର ଶାଖା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ଜୋରିମାନା ଅର୍ଥ ଜମା ନକଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଦେବାକୁ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସଂପ୍ରତି ବିଭିନ୍ନ ବ୍ୟାଙ୍କ୍ ଦ୍ଵାରା କ୍ରେଡିଟ କାର୍ଡଧାରୀ ମାନଂକ ଜମାଖାତାରୁ ଅଟୋ ଡେବିଟ ମାଧ୍ୟମରେ ଟଙ୍କା କାଟିବା ଘଟଣା ବୃଦ୍ଧି ପାଉଛି। ଏପରିସ୍ଥଳେ ଖାଉଟି ଅଦାଲତଙ୍କ ଏହି ରାୟ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବ ବୋଲି ମତ ପ୍ରକାଶ ପାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories