ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିରେ କ୍ରମାଗତଭାବେ ଚୋରଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ନୀଳଗିରି ଥାନା ପୋଡ଼ାଶୋଳ ଅଞ୍ଚଳର ଜଣେ ନେତ୍ରୀଙ୍କ ଘରୁ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସମେତ ନଗଦ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରି ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି । ଉକ୍ତ ଅଞ୍ଚଳର ନେତ୍ରୀ ସରସ୍ୱତୀ ପାତ୍ର ତାଙ୍କ ସ୍ୱାମୀ ପରମାନନ୍ଦ ଓ ପରିବାର ସହ ବାଲେଶ୍ୱର ଡାକ୍ତରଖାନା ଯାଇଥିଲେ । ଗତକାଲି ରାତି ସାଢ଼େ ୧୦ଟା ସମୟରେ ଘରକୁ ଫେରିବା ପରେ ତାଙ୍କ ଆଲମାରୀ ଓ ଅନ୍ୟ ସ୍ଥାନ ଭାଙ୍ଗି ଦୁର୍ବୃତ୍ତମାନେ ସମସ୍ତ ୪ଶହ ଗ୍ରାମ ଓଜନର ସୁନା ଗହଣା, ରୂପା ଗହଣା, ନଗଦ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରିଥିବା ଜଣାପଡ଼ିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



