www.samajalive.in
Sunday, December 7, 2025
23.1 C
Bhubaneswar

ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଦୁର୍ନୀତି ମାମଲାରେ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କୁ ଗିରଫ କରିଛି ଆମେରିକା ପୁଲିସ। ଭାରତର ଅନୁରୋଧ କ୍ରମେ ଆମେରିକା ଏହି ପଦକ୍ଷେପ ନେଇଛି। ନେହାଲଙ୍କୁ ଗିରଫ କରି ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଆମେରିକାକୁ ଅନୁରୋଧ କରାଯାଇଥିଲା। ନେହାଲ ଗିରଫ ହେବା ପରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ଆମେରିକା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ପିଏନବି ଦୁର୍ନୀତିରେ ଭାରତ ସରକାର ନୀରବ ମୋଦୀଙ୍କୁ ପଳାତକ ଘୋଷିତ କରିଛନ୍ତି। ଏହି ମାମଲାରେ ତାଙ୍କ ଭାଇଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିବା ପରେ ସିବିଆଇ ଏବଂ ଇଡି ପକ୍ଷରୁ ଆମେରିକାକୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ଚିଠି ଲେଖାଯାଇଥିଲା। ଆମେରିକା ନ୍ୟାୟିକ ବିଭାଗ ତଥ୍ୟ ଅନୁସାରେ ଆର୍ଥିକ ଠକେଇ ନିରୋଧ ଆଇନ ୨୦୦୨ ଏବଂ ଆପରାଧିକ ଷଡଯନ୍ତ୍ର ଆଧାରରେ ନେହାଲଙ୍କୁ ଗିରଫ କରଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories