www.samajalive.in
Tuesday, December 9, 2025
19.1 C
Bhubaneswar

ସମବାୟ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ

ଫୁଲବାଣୀ: ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୨୫ ମସିହା ଶେଷ ପର୍ଯ୍ୟନ୍ତ ଚଳିତ ବର୍ଷ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ହେଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସମବାୟ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ ହୋଇଛି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପନିବନ୍ଧକ ସନ୍ତୋଷ କୁମାର ଦାସ ପୌରୋହିତ୍ୟ କରିଥିଲେ। ସମବାୟ ମାଧ୍ୟମରେ କୃଷି କୃଷକ, ଜୈବ ଚାଷ, ବୀମା, ରାସାୟନିକ ସାର ଔଷଧର କୁପରିଣାମ ସମ୍ପର୍କରେ ଆଲୋଚନା ହୋଇଥିଲା।

ଜିଲା ସମବାୟ ସଂଘର ସଭାନେତ୍ରୀ ସୁପ୍ରଭା ନାୟକ, କୃଷି ଉପନିର୍ଦେଶକ ଚିତ୍ତରଞ୍ଜନ ଶତପଥୀ, ନାବାର୍ଡ ଜିଲ୍ଲା ମ୍ୟାନେଜର ସଞ୍ଜୀବ ମହାନ୍ତି, ସହକାରୀ ଉପନିବନ୍ଧକ ଲଳିତ ମାଝି ଓ ଜିତେନ୍ଦ୍ର ମିଶ୍ର, ଜିଲା ସମବାୟ ସଂଘର ସଭାନେତ୍ରୀ ସୁପ୍ରଭା ନାୟକ ପ୍ରମୁଖ ଯୋଗ ଦେଇ ବିଭାଗୀୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ସହକାରୀ ପ୍ରବନ୍ଧକ ସୁକାନ୍ତ କୁମାର ପାଢୀ ସଂଯୋଜନା କରିଥିବା ବେଳେ ଏସଆରସି ଗଙ୍ଗାଧର କହଁର, ଜ୍ୟୋତୀର୍ମୟୀ ପ୍ରଧାନ, ସତ୍ୟଜିତ ବେହେରା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ବିଭିନ୍ନ ଲ୍ୟାମ୍ପସର ଚାଷୀଭାଇ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories