www.samajalive.in
Sunday, December 7, 2025
26.1 C
Bhubaneswar

ନ୍ୟାସନାଲ ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ଗୋପାଳପୁର : ଡୁରା ନ୍ୟାସନାଲ ହାଇସ୍କୁଲରେ ଆଜି ବନ ମହୋତ୍ସବ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜର କ୍ୟାନ୍ସର ସ୍ପେଶିଏଲିଷ୍ଟ ଡ଼ା ସରୋଜ ଦାଶ ଯୋଗ ଦେଇ ବୃକ୍ଷ ରୋପଣ ଦ୍ବାରା ବିଭିନ୍ନ ରୋଗର ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଇକୋ କ୍ଳବର  ସଂଯୋଜକ ଶଙ୍କର ନାରାୟଣ ବେଜ, ବ୍ରହ୍ମପୁର ବନଖଣ୍ଡର ବନପାଳ ସୋମନାଥ ମଲିକ,ବନରଖି ସୁରଭି ପାଣିଗ୍ରାହୀ,ସମାଜସେବୀ ବିଭୂତି ଭୂଷଣ ସାହୁ, ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ଇକୋକ୍ଳବର ଦାୟିତ୍ୱରେ ଥିବା ସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ଅମିତା ରାଣୀ ସାହୁଙ୍କ ତତ୍ତ୍ଵାବଧାନରେ ଚାରା ବଣ୍ଟନ କରାଯାଇଥିଲା। ତାହା ସହ ସ୍କୁଲ ପରିସର ମଧ୍ୟରେ ପ୍ରାୟ ୩୦ ଟି ଫଳ ଓ ଜଙ୍ଗଲ ଜାତୀୟ ଚାରା ରୋପଣ କରିବା ସହ ପ୍ରାୟ ଦେଢ଼ଶହରୁ ଉର୍ଦ୍ଧ୍ବ ଚାରା  ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରି ଗ୍ରାମରେ ରୋପଣ କରିବାକୁ କୁହାଯାଇଥିଲା । ଏହି ସପ୍ତାହ ମଧ୍ୟରେ ପ୍ରାୟ ପାଞ୍ଚ ଶହ ଚାରା ରୋପଣ କରାଯିବ ବୋଲି କହିଛନ୍ତି। ଏଥିରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories