www.samajalive.in
Sunday, December 7, 2025
18.1 C
Bhubaneswar

ବାଟରେ ଅଚଳ ହେଲା ଆମ୍ବୁଲାନ୍ସ- ଯୁବକ ମୃତ

ସମାଜ ଡିଜିଟାଲ ଡେସ୍କ: ପେଟରେ କ୍ରିକେଟ ବଲ ବାଜିବାରୁ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ ଯୁବକ । ପରେ ଲଗାତାର ବାନ୍ତି ହେବାରୁ ଘର ଲୋକମାନେ ସ୍ଥାନୀୟ ମେଡିକାଲକୁ ନେଇଥିଲେ, ସେଠାରୁ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୧୦୮ ଆମ୍ବୁଲାନ୍ସରେ ଯିବା ବେଳେ ବାଟରେ ଖରାପ ହୋଇଯାଇଥିଲା ଆମ୍ବୁଲାନ୍ସ । ଦୀର୍ଘ ସମୟ ଆମ୍ବୁଲାନ୍ସଟି ଅଟକରି ରହିବାକୁ ଚିକିତ୍ସାରେ ବିଳମ୍ବ ହେବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରୁ । ୩ଘଣ୍ଟା ବିଳମ୍ବ ହେବାରୁ ଆମ୍ବୁଲାନ୍ସରେ ଯୁବକଙ୍କ ଜୀବନ ଚାଲିଯାଇଥିବା ପରିବାର ଲୋକମାନେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରିବା ସହ ଯୁବକଙ୍କୁ ନ୍ୟାୟ ଦାବି ହୋଇଛି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories