www.samajalive.in
Monday, December 8, 2025
14.1 C
Bhubaneswar

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ: ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି, କ୍ଷୟକ୍ଷତି ୪୦୦ କୋଟି ଟପିବ

ସମାଜ ଡିଜିଟାଲ ଡେସ୍କ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସାଙ୍ଗକୁ ମୌସୁମୀ ବର୍ଷା ବିତ୍ପାତ ଜନସାଧାରଣଙ୍କୁ ନାକେଦମ କରିଛି। ଦୁଇ ସପ୍ତାହ ଧରି ରାଜ୍ୟରେ ସାଧାରଣ ଜୀବନଯାତ୍ରା ବହୁମାତ୍ରାରେ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା, ଭୂସ୍ଖଳନ ଯୋଗୁ ବର୍ତ୍ତମାନ ସୁଦ୍ଧା ୬୯ ଜଣଙ୍କ ମୃତ୍ୟୁ ଘଟିସାରିଛି। ବନ୍ୟାଜଳରେ ଭାସିଯାଇ ଅନେକ ଲୋକ ନିଖୋଜ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏହା ସହିତ ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁ ରାଜ୍ୟରେ ପ୍ରାୟ ୪୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି।

ଜୁନ ୨୦ରୁ ଜୁଲାଇ ୩ ମଧ୍ୟରେ ହୋଇଥିବା ବର୍ଷାରେ ରାଜ୍ୟର ମଣ୍ଡି ଜିଲା ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ବହୁ ଘରଦ୍ଵାର ଭୁଶୁଡ଼ି ପଡ଼ିଛି। ଅନେକ ଗାଡ଼ିମୋଟର ମାଟିତଳେ ଦବିଯିବା ସହିତ ବନ୍ୟାଜଳରେ ଭାସିଯାଇଛି। ଏବେ ବି କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜ୍ୟବ୍ୟାପୀ ୨୫୦ରୁ ଅଧିକ ରାସ୍ତାଘାଟ ଏବେ ବି ବନ୍ଦ ରହିଛି। ୫୦୦ରୁ ଅଧିକ ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ ଅବସ୍ଥାରେ ଅଛି।

- Advertisement -

ଏସବୁ ଭିତରେ ଭାରତ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ଲାଗି ରହିବା ସାଙ୍ଗକୁ ଭୂସ୍ଖଳନ ଘଟିବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories